Published ( ପ୍ରକାଶିତ )

ମନ ଅଗଣାରୁ

                                   

ଏକ

ମିଟର ଦେଖି ମିଟରବାଲା ବିଲ୍ ଦେଇ ଚାଲିଗଲା। ବିଲ୍ ଉପରେ ଦୃଷ୍ଟି ପକାଇ ମୁଁ ହତଭମ୍ବ ହୋଇଗଲି। ଏଇ ବିଲ୍ ପାଇଁ ଯଦି ଅଶି ଟଙ୍କା ଦିଆଯାଏ, ଅନ୍ୟ ସବୁ ଗୁଡିକ? ତେଜରାତି ଦୋକାନ, ଲୁଗା ଦୋକାନ ସମସ୍ତଙ୍କ ବିଲ୍ ତ ଅଛି। ଅଣ୍ଡାବାଲା ପଇସା ନେବ। ମାସ ଶେଷରେ ପଇସା ନ ଦେଲେ ରୁଟିବାଲା ଆଉ ରୁଟି ଦେବନି। ମୀନୁର ସ୍କୁଲ, ଗୀତୁର କଲେଜ ଦରମା ଅଛି।  ଛୋଟ ପ୍ରୀତମର ଦୁଧ ଆସିବ। ଶୀତାଂଶୁ କହୁଥିଲେ, ସେ ଦୁଇବର୍ଷ ହେଲା ଲୁଗାଟିଏ କରି ନାହାଁନ୍ତି। ଏ ମାସରେ ସାର୍ଟଟିଏ କରିବେ। ମୋ ପାଇଁ ଶାଢୀ ବି ଆଣିଦେବେ ବୋଲି କହୁଥିଲେ।

ମୁଁ କହିଥିଲି, “ମୋର ଶାଢୀ କ’ଣ ହେବ? ବରଂ ଗୀତୁ ପାଇଁ ଡ୍ରେସ୍‌ଟିଏ କରିଦିଅ। ସେଇ ଦୁଇଟା ଡ୍ରେସ୍‌ରେ କଲେଜ ଯିବାକୁ ସେ ପସନ୍ଦ କରୁନି।”

“ଠିକ୍ ଅଛି। ମୋର ବି ପୁରୁଣା ସାର୍ଟରେ ଚଳିବ।”

ଶୋଇବା ଘର ଅନ୍ଧାର ଭିତରେ ତାଙ୍କ ମୁହଁର ଭାବ ନ୍ ଦେଖି ପାରୁଥିଲେ ମଧ୍ୟ ସେଇ ହସ ଶୁଣି ମୁଁ ଅନୁଭବ କରି ପାରିଥିଲି ତାଙ୍କ ମୁହଁସାରା ଦୁଃଖରେ ବି ଯେମିତି ଅଗଣିତ ପ୍ରସନ୍ନତାର ପ୍ରତିଛାୟା!

ମୁଁ ଭାବୁଥିଲି ଯଦି ପ୍ରଦୀପ କିଛି ଟଙ୍କା ପ୍ରତ୍ୟେକ ମାସ ପଠେଇପାରନ୍ତା, ଗୀତୁ, ମୀନୁ ପାଇଁ ବ୍ୟାଙ୍କରେ ଜମା କରାଯଉଥିବା ଟଙ୍କାଟା ହୁଏତ ବଞ୍ଚିଯାଆନ୍ତା। ହୁଏତ୍ ଏତେ ଚିନ୍ତା ମୋ ମୁଣ୍ଡକୁ ଆସି ନ ଥାନ୍ତା କିମ୍ବା ଶୀତାଂଶୁ ଆଜି ରକ୍ତଚାପର ରୋଗୀ ହୋଇ ନ ଥାନ୍ତେ। କିନ୍ତୁ ଚାରିବର୍ଷ ହେଲା ଚାକିରୀ କରି ଘରକୁ ଦିନେ ପଇସାଟିଏ ପଠାଇବାର ମୁଁ ଜାଣିନି କିମ୍ବା ମୁଁ ତାକୁ ଦିନେ ମାଗିନି। ତା’ର ଛୋଟପୁଅ ଲୁଲୁ ଏବଂ ସ୍ତ୍ରୀକୁ ନେଇ ବର୍ଷରେ ଥରେ ଯେତେବେଳେ ଆସେ, ହୃଦୟ ଖୋଲି ଖର୍ଚ୍ଚ କରି, ଭାଇ ଭଉଣୀଙ୍କ ପାଇଁ ଉପହାର ଆଣି ଛୁଟିଟି ସାରିଦିଏ। ପ୍ରଥମେ ପ୍ରଥମେ ତା ବାବା ଏ ବିଷୟରେ ମନା କରିଥିଲେ। କିନ୍ତୁ ପ୍ରଦୀପର ଭାବ ନ ବଦଳିବା ଦେଖି ପରେ ପରେ ଚୁପ୍ ହୋଇଗଲେ। ସେଥିପାଇଁ ଥରେ ମୁଁ ଚିନ୍ତା ବ୍ୟକ୍ତ କରିବାରୁ କହିଥିଲେ, “ସେମାନଙ୍କର ଏବେ ଖେଳିବା ବୁଲିବା ସମୟ। ବର୍ତ୍ତମାନ ଖର୍ଚ୍ଚ କରିବେନି ତ କେବେ କରିବେ?”

ସେକ୍ରେଟେରୀଏଟ୍‌ରେ ଶୀତାଂଶୁଙ୍କ କିରାଣୀ ଚାକିରୀ ପରେ ରାଜଧାନୀରେ ରହି ମୁଁ କେତେଥର ହସି ପାରିଛି? ଖେଳି ପାରିଛି? ସେତେବେଳେ ମୁଁ ନୂଆ ବାହା ହୋଇ ଆସିଥିଲି। ମୋର କ’ଣ ଇଛା ନ ଥିଲା? ଅଭିଳାଷ ନ ଥିଲା? କିନ୍ତୁ ସେଇ ଛୋଟିଆ ସରକାରୀ କ୍ୱାର୍ଟର ରେ ସବୁବେଳେ ଅଥିତିଙ୍କ ସମାଗମ ମୋର ଇଛା, ଅଭିଳାଷକୁ ତିଳ ତିଳ କରି ଜାଳି ପୋଡି ଦେଇଥିଲା। ଗାଁ, ପାଖ ଗାଁ’ର ସମସ୍ତ ସଂପର୍କୀୟ, ରକ୍ତ-ସଂପର୍କୀୟ, ଦୂର-ସଂପର୍କୀୟ ଏମିତି କି ଚିହ୍ନା ଅଚିହ୍ନାମାନେ ବି ସମ୍ପର୍କ ବାହାରକରି ଏଇଠି ଆସି ଆଡ୍ଡା ଜମାଇବାରେ ଲାଗିଲେ। କାରଣ ସମସ୍ତେ ଜାଣିଥିଲେ, ଶୀତଂଶୁ ସରକାରୀ ଚାକିରୀଆ। ମନରେ ଦୁଃଖ ସେତେବେଳେ ହୁଏ, ଯେତେବେଳେ ନିଜର ସମସ୍ତ ଆନନ୍ଦ, ସୁଖକୁ ବଳି ଦେଇ ଏମାନଙ୍କୁ ସମସ୍ତ ସୁଖ ଦେବା ସତ୍ତ୍ବେ ବନ୍ଧୁବାନ୍ଧବଙ୍କ ନିକଟରେ ଏମାନେ ମୋର ନିନ୍ଦା ଗାଇ ବୁଲନ୍ତି। ଏଇଥିପାଇଁ ଅନେକ ଥର ମୁଁ ବିରକ୍ତ ହୋଇଛି, ରାଗିଛି। କିନ୍ତୁ ଶୀତଂଶୁଙ୍କ ଦର-ହସିଲା ମୁହଁ ଦେଖି ମୁଁ ମଧ୍ୟ ତାଙ୍କ ସହ ଅଭ୍ୟସ୍ତ ହୋଇ ଯାଇଥିଲି।

ପ୍ରଦୀପର କଲେଜ ପଢିବା ବର୍ଷ କୌଣସି ଏକ କଥାରେ ତା ବାବାଙ୍କ ସହ ସେ ଯୁକ୍ତି କରି ବସିଲା, “ଦୁନିଆ ଯାକର ଲୋକଙ୍କୁ ଘରେ ରଖି ଖୁଆଉଛ୍। କିନ୍ତୁ ମୋ କଲେଜ ଦରମା ବେଳକୁ ପଇସା ନାହିଁ।”

ଯେଉଁ କଥାକୁ ମୁଁ ପଚିଶି ବର୍ଷ କାଳ ଚପାଇ ଆଣିଥିଲି, ତାକୁ ଆଜି ପ୍ରଦୀପ ଶୀତଂଶୁଙ୍କ ସମ୍ମୁଖରେ ପ୍ରକାଶ କରିଥିଲା। ମୁଁ ଅନୁଭବ କରିଥିଲି, ଏ ପ୍ରତିବାଦ ପ୍ରଦୀପର ନୁହଁ, ମୋ ନିଜର! ଏୟା ଭାବି ଡରିଯାଇଥିଲି, ପ୍ରଦୀପର କଥାରେ ଶୀତାଂଶୁ ରାଗି ଉଠିବେ। କିନ୍ତୁ ସେ ରାଗି ନ ଥିଲେ। ବରଂ ପୁଅକୁ ବୁଝାଇଥିଲେ, “ମୁଁ ତ କଲେଜ ଫିସ୍ ଫାଇନ୍ ସହ ଦେବାକୁ ରାଜିଅଛି। ତୁ କାହିଁକି ବ୍ୟସ୍ତ ହେଉଛୁ?”

ପ୍ରଦୀପର ସେଇ କଥା ପାଖଘରେ ଥିବା ଜଣେ ଦୂର-ସଂପର୍କୀୟ ଶୁଣିଥିଲେ। ରାତି ରାତି କାହାକୁ ନ କହି  ଗାଁକୁ ଚାଲିଗଲେ। ପରେ ସେ ଶୀତାଂଶୁଙ୍କ ନିକଟକୁ ଖୁବ୍ କଡା କରି ଲେଖିଥିଲେ, ଅଭିମାନ କରିଥିଲେ। ଯେମିତି ତାଙ୍କର ସମସ୍ତ ଅଧିକାର ସେ ତାଙ୍କ ନିକଟରେ ଠୁଳ କରି ଦେଇଛନ୍ତି।

ସେ ଦୁଃଖ କରିଥିଲେ। ମୁଁ ମନ ଭିତରେ ଖୁବ୍ ହସିଥିଲି। ତା ପରଠାରୁ ଦୂର ସଂପର୍କୀୟମାନଙ୍କର ସହରକୁ ଆସି ଆମ ଘରକୁ ଆସିବା କମିଗଲା। ସେତେବେଳକୁ ଅନୀତା ବଡ ହୋଇ ସାରିଥିଲା। ଗୀତୁ, ମୀନୁ ଛୋଟ ଛୋଟ ଥିଲେ। ପ୍ରୀତମ୍ ଜନ୍ମ ହୋଇ ନ ଥିଲା। ସେଇ ଦିନଠୁ ଶୀତାଂଶୁ ଝିଅଙ୍କ ପାଇଁ ବ୍ୟାଙ୍କରେ ପଇସ ଜମା କରିବାକୁ ଲାଗିଲେ।

ଦୁଇ

ଗୀତୁ କଲେଜରୁ ଆସିଲା। ମୋତେ ଚୁପ୍‌ଚାପ୍ ବସିଥିବାର୍ ଦେଖି ପାଖକୁ ଆସି ପଚାରିଲା, “କ’ଣ ହେଲା,  ବୋଉ?”

ମୁଁ ପ୍ରକୃତିସ୍ଥ ହୋଇ ଉଠିଲି। ଚୌକି ଉପରୁ ଉଠୁ ଉଠୁ କହିଲି, “ତୁ ହାତ-ମୁହଁ ଧୋ୤ ଅନି ତୋ ପାଇଁ କ’ଣ କରିଛି, ଦେଖିବୁ ଆ।”

ଅନୀତା ରୋଷେଇ ଘରେ କଷ୍ଟାର୍ଡ୍ ତିଆରି କରୁଥିଲା। ମୋତେ ଦେଖି କହିଲା, “ବୋଉ, ଦେଖିଲୁ, ଦେଖିଲୁ। କେମିତି ହୋଇଛି? ଶାଶୁ ସବୁବେଳେ ମୋତେ ହିଁ କଷ୍ଟାର୍ଡ୍ ତିଆରି କରିବାକୁ କହୁଛନ୍ତି।”

ମୁଁ ଚାଖିଲି। ଅନୀତା ଯେ ଏ ଭିତରେ ରାନ୍ଧିବା ରେ ପ୍ରବୀଣା ହୋଇ ସାରିଛି, ମାନିବାକୁ ପଡିବ। ଗୀତୁକୁ କଷ୍ଟର୍ଡ୍ ଦେଇ ସେ କହିଲା, “ୟାକୁ ଯଦି ଫ୍ରିଜରେ ରଖିବୁ, ବଢିଆ ଲାଗି। କେବେ ବୋକାରୋ ଆ। ଚଖେଇବି।”

ଅନୀତାର ସ୍ୱାମୀ ବୋକାରୋ ରେ ଇଂଜିନିୟର। ଲାଗି ଲାଗି ଏଇ ବାହାଘର ଶୀତାଂଶୁ କରାଇଥିଲେ। ଜୋଇଁ କିଛି ଦାବି କରି ନ ଥିଲେ। ତଥାପି ତା ବାହାଘରରେ ଆମକୁ ଗାଁରେ ଶ୍ୱଶୁର ଙ୍କ ମୃତ୍ୟୁ ପରେ ଯେଉଁ ତିନୋଟି ଘର ମିଳିଥିଲା, ସେଥିରୁ ଗୋଟିକୁ ବିକ୍ରୀ କରି ଦେବାକୁ ପଡିଥିଲା। ବାହାଘର ସରିଲା ପରେ ସବୁ ଖର୍ଚ୍ଚ ଦେଖି ମୁଁ କହିଥିଲି, “ନିଜଠୁ ବଡ ଘରେ ଝିଅ ଦେଲେ ଏଇ ଅସୁବିଧା!”

ଶୀତାଂଶୁ ତାକୁ ବି ହସରେ ଉଡେଇ ଦେଇଥିଲ, “ସେଥିରେ କ’ଣ ଅଛି? ବାହାର ଲୋକଙ୍କ ପିଛାରେ ହଜାର ହଜାର ଟଙ୍କା ସାରି ଦେଇଛି। ଇଏ ତ ମୋ ନିଜ ଝିଅ।”

ବାହା ହେବା ପରଠାରୁ ଅନୀତା ଖୁବ୍ ବଦଖର୍ଚ୍ଚୀ ହୋଇଯାଇଛି। ମୁଁ ଘରର ସମସ୍ୟାଗୁଡିକ ବିଷୟରେ ତାକୁ କିଛି ନ ଜଣେଇଲେ ବି ବାହାହେବା ପୂର୍ବରୁ ସେ ସବୁ ଜାଣୁଥିଲା। ଦେଢମାସ ହେଲା ସେ ଆସିଲାଣି। ଅଳ୍ପ ଦିନ ପରେ ଚାଲିଯିବ। କିନ୍ତୁ ତା’ର ବାକି ସବୁ ମୋତେ ଶୁଝିବାକୁ ହେବ। ଲୁଗା ଦୋକାନ ରୁ ଦୁଇଟି ଦାମିକା ଶାଢୀ ଅଣାଯାଇଛି। ପ୍ରସାଧନ ସାମଗ୍ରୀ ପାଇଁ ମୀନୁର ସରାଗାତରୁ ଲୁଚେଇ ତାକୁ ଦେଇଛି। ଦରମା ଆସିଲା ପରେ ସବୁକିଛି ଯୋଗାଡ କରିଦେବି, ଏଇ ଉଦ୍ଦେଶ୍ୟରେ!

ଦିନରାତି ଚବିଶି ଘଣ୍ଟା ଅନୀତା ଆସିଲା ପରେ ଶୋଇବା ଘରେ ପଙ୍ଖା ଲାଗିରୁହେ। ବନ୍ଦ କରିବାକୁ କହିଲେ ହସିଦିଏ। କହେ, “ବୋଉ, ବହୁ ଦିନର ଅଭ୍ୟାସ ନା, ବୋକାରୋରେ ଯେତେ ବ୍ୟବହାର କଲେ ବି ଆମକୁ ଇଲେକ୍‌ଟ୍ରିକ୍ ବିଲ୍ ଖୁବ୍ ଅଳ୍ପ ଦେବାକୁ ହୁଏ।”

କିନ୍ତୁ ତା’ର ସେଇ ବହୁ ଦିନର ଅଭ୍ୟାସ ପାଇଁ ଶୀତାଂଶୁ ଯେ ଅନେକ ଦିନ ଯାଏଁ, ଅନେକଙ୍କ ପାଖରେ ୠଣୀ ହୋଇ ରହିଯିବେ, ଅନୀତା ସେ କଥା ବୁଝିନି। ପରେ ପରେ ମୁଁ ବି କହିବା ବନ୍ଦ କରିଦେଲି। ଦିନ କେତେଟା ପାଇଁ ସେ ଏଇ ଘରକୁ ଆସିଛି! କହିବା ଦ୍ୱାରା ହୁଏତ ଦୁଃଖ କରିପାରେ।

 

ତିନି

ନୀତା, ଗୀତୁ ବସି କଥା ହେଉଛନ୍ତି। ମୀନୁ ପ୍ରୀତମକୁ ଧରି ଖେଳାଉଛି, ମଝିରେ, ମଝିରେ ବଡ ଭଉଣୀମାନଙ୍କ କଥାବାର୍ତ୍ତାରେ ଭାଗ ନେଉଛି, ତାକୁ ଭାଗ ନେବା ଦେଖି ଗୀତୁ ଗାଳି ଦେଉଛି, ଶୀତାଂଶୁ ଆସିଲେ। ଦରହସିଲା ମୁହଁରେ ସାଇକଲ ରଖି ପ୍ରୀତମକୁ ଧରିବାକୁ ଆଗେଇଲେ। ଚାରିବର୍ଷର ପ୍ରୀତମ୍ ବି ବାବାଙ୍କୁ ଦେଖି ତାଙ୍କ ପାଖକୁ ଦୌଡିବାରେ ଲାଗିଲା। ତାକୁ କୋଳେଇ ସେ କହିଲେ, “ଆଜି କ’ଣ ଖାଇଲୁ ପ୍ରୀତୁ?

ପ୍ରୀତମ୍ କହିଲା ପୂର୍ବରୁ ମୁଁ କହିଲି, “ଚାଲିଲ, ଅନି କଷ୍ଟାର୍ଡ୍ କରିଛି। ଖାଇନେବ।”

ମୁହଁ ହାତ ଧୋଇ କଷ୍ଟାର୍ଡ ଖାଉ ଖାଉ ସେ କହିଲେ, “ବାଃ, କଷ୍ଟାର୍ଡ ତ ବଢିଆ ହୋଇଛି!”

ଅନୀତା ହସି ହସି କହିଲା, “ଥେଙ୍କ୍ ୟୁ ବାବା।”

ଶୀତାଂଶୁ କହିଲେ, “ଗୀତୁ, ତୁ ଡ୍ରେସ୍ କରିବୁ କହୁଥିଲୁ ନା, ଆଜି ଦୋକାନ୍ ଚାଲ, କନା ବାଛିବୁ।”

ମୀନୁ କହିଲା, “ବାବା, ମୋ ପାଇଁ ବି ଡ୍ରେସ୍!”

“ଆରେ ହଁ, ମୁଁ ତ ଭୁଲି ଯାଇଥିଲି। ତୁ ବି ଚାଲ। ତମମାନଙ୍କ ପାଇଁ ଅନୀତା କନା ବାଛିବ। ମୁଁ ଜାଣେ ସେ ସୁନ୍ଦର କନା ବାଛିପାରେ। ନୁହଁ ଅନୀତା?”

ଅନୀତା ହସିଲା। ତା ହସରେ ଦରମିଶା ଲାଜ ପୁରି ରହିଥିଲା। ମୁଁ ଜାଣେ ଯଦି ସେ ସେମାନଙ୍କ ସହ କନା ବାଛିବାକୁ ଯିବ, ଆଗରୁ ଏଷ୍ଟିମେଟ୍ ହୋଇଥିବା ଟଙ୍କାରୁ କିଛି ଅଧିକ ହିଁ ଲାଗିବ।

ରାତିରେ ଶୋଇଲାବେଳେ ମୁଁ ତାଙ୍କୁ କହିଲି, “ଏ ମାସର ଇଲେକ୍‌ଟ୍ରିକ୍ ବିଲ୍ ଆସିଗଲାଣି”

“ବିଲ୍ ଆସିଯାଇଛି? ଅଳ୍ପ ଅଧିକ ହୋଇଯାଇଥିବ। ନୁହଁ?”

ବେଳେବେଳେ ମୋତେ ଆଶ୍ଚର୍ଯ୍ୟ ଲାଗେ। ଶୀତାଂଶୁଙ୍କ ସହିବା ଶକ୍ତି ଖୁବ୍ ଅଧିକ। ମାଘ ମାସର ଜାଡ ଶୀତରେ ସକାଳୁ ସକାଳୁ କେବଳ ଖଣ୍ଡେ ସାର୍ଟ ଗଳେଇ ଦେଇ ସାଇକେଲରେ ଦୁଧ ପାଇଁ ବାହାରିଯିବେ। ବୈଶାଖର ମୁଣ୍ଡଫଟା ଖରା ବି ତାଙ୍କୁ କେବେ ଅଫିସ ଯିବାରେ ବାଧା ସୃଷ୍ଟି କରାଇନି।

କିଛି ସମୟର ଚୁପ ପରେ କହିଲି, “ଅନି ଗଲାବେଳେ ଦୁଇଶହ ଟଙ୍କା ଦରକାର ହେବ। ତା’ର ଶାଢୀର ଟଙ୍କା ଦିଆଯିବ। ଗୀତୁ ମୀନୁର ଖାତରେ ଟଙ୍କା ଜମା ହେବ।”

“ସବୁ ହେବ। ତମେ ଚିନ୍ତା କରନି। ଆସନ୍ତା ମାସରେ ମୋର ବାକିଆ ଚାରିଶ’ ଟଙ୍କା ମିଳିବ।”

 

ଚାରି

ଗୀତୁର କଲେଜରେ ଡ୍ରାମା ହେଉଥିଲା। ଅନୀତା ସମସ୍ତଙ୍କୁ ଧରି ସନ୍ଧ୍ୟାରୁ ସେଠାକୁ ଚାଲି ଯାଇଥିଲା। ମୁଁ ଏକୁଟିଆ ଶୀତାଂଶୁଙ୍କୁ ଅପେକ୍ଷା କରିଥିଲି। ଶୀତାଂଶୁ ଫେରିଲେ। ସବୁଦିନ ପରି ସାଇକଲ ରଖୁ ରଖୁ ପ୍ରୀତମକୁ ଖୋଜିଲେ। ସେମାନେ କଲେକ ଚାଲି ଯାଇଥିବା ଶୁଣି ଚୌକି ଉପରେ ଥକ୍‌କା ମାରି ବସି ପଡିଲେ। ମୁଁ ଆଶଙ୍କା କଲି କିଛି ଅଘଟଣ ଘଟିଛି କି? ମନର ଆଶଙ୍କାକୁ ମନରେ ଚପାଇ କହିଲି, “କଣ ହେଲା? ହାତ ମୁହଁ ଧୋଇବନି?”

ସ୍ୱପ୍ନ ରୁ ଫେରିଲା ଭଳି ହଠାତ୍ ଉଠିପଡି ସେ ହାତ ମୁହଁ ଧୋଇଲେ। ଜଳଖିଆ ଖାଉ ଖାଉ କହିଲେ, “କୁସୁମ, ସେଇ ବାକିଆ ଟଙ୍କା ଆଜି ମିଳିଲା। କିନ୍ତୁ ବ୍ୟାଙ୍କରେ ଜମା ହୋଇପାରିଲାନି।”

ମୁଁ ଆଶ୍ଚର୍ଯ୍ୟ ହେଲି, “ତାହାହେଲେ କୁଆଡେ ଗଲା?”

“କୋଉଠି ପଡିଗଲା ବୋଧହୁଏ। ମୁଁ କିଛି ଜାଣି ପାରିଲିନି….। ଶୀତାଂଶୁଙ୍କ ସ୍ୱର ସେମିତି ସରଳ, ସିଧା ସଳଖ। ସେଥିରେ କୌଣସି ପ୍ରକାରର ଦୁଃଖ ନ ଥିଲା, ସନ୍ତାପ ନ ଥିଲା।”

“ଚାରିଶ’ ଟଙ୍କା ପଡିଗଲା। ଆଉ ତମେ ଏମିତି ନିର୍ଲିପ୍ତ ଭଳି କଥା କହୁଛ!”

ସେ ଖାଇସାରି ହାତ ଧୋଇଲେ। ରୁମାଲରେ ମୁହଁ ପୋଛିଲାବେଳେ ମୁଁ ତାଙ୍କ ଆଖିରେ ଦୁଇବୁନ୍ଦା ଲୁହ ଦେଖିଲି। ମନ ମୋର ଧିକ୍‌କାର କରି ଉଠିଲା। କାହିଁକି ମୁଁ ତାଙ୍କୁ ଏମିତି କହିଲି? ତାଙ୍କ ମନ ଦୁଃଖେଇଲି।

ତାଙ୍କ ନିକଟକୁ ଯାଇ ମୁଁ ପଣତରେ ଆଖି ପୋଛିଦେଲି। କହିଲି, “ମୋର ଭୁଲ୍ ହୋଇଗଲା। ତମ ମନରେ ଦୁଃଖ ଦେବାର ଅଭିପ୍ରାୟ ମୋର ନ ଥିଲା। ମୋତେ କ୍ଷମା କରିଦିଅ।”

ମୁଁ ତାଙ୍କ ଛାତିରେ ଆଉଜି ଯାଇଥିଲି। ସେ ମୋର ବାଳ ଗୁଡିକୁ ସାଉଁଳି ଦେଇ କହିଲେ, “ତମ କଥା ମୋତେ କେବେ ଦୁଃଖ ଦେଇନି୍। କେବଳ ପିଲାମାନଙ୍କ କଥା ଭାବି ମୋ ଆଖିରେ ଲୁହ ଆସିଯାଇଥିଲା। ଯେତେବେଳେ ମୁଁ ହସିବାକୁ, ଖେଳିବାକୁ ଚାହିଁଥିଲି, ସବୁ ପ୍ରକାରର ସମସ୍ୟା ଆସି ମୋ ମୁଣ୍ଡରେ ରହିଗଲା। ସେଥିପାଇଁ ମୋର ଇଛା, ମୋ ପିଲାମାନେ କେବେ ଘରର କୌଣସି ବିଷୟରେ ମୁଣ୍ଡ ଖେଳାନ୍ତୁନି। ସେମାନେ ଖୁବ୍ ହସନ୍ତୁ, ଖେଳନ୍ତୁ। ଚିନ୍ତାଶୂନ୍ୟ ରହନ୍ତୁ।  କିନ୍ତୁ ବିଧାତା ଜଣଙ୍କର ଚିନ୍ତାକୁ ଛଡେଇ ଦେବାକୁ କେବେ ଚେଷ୍ଟା କରିନି।”

“ଏ କଥା ଆଜି ତମେ କହୁଛ? ଜୀବନ ଯଦି ସମସ୍ୟାଶୂନ୍ୟ ହୋଇଯାଏ, ସେଥିରେ କ’ଣ ଆନନ୍ଦ ଅଛି? ଉପଭୋଗର ଶାନ୍ତି ଅଛି? ଯଦି ଅଛି, ସେହି ଆନନ୍ଦ-ଶାନ୍ତି ଶ୍ମଶାନର!”

ମୋ କଥା ଶୁଣି ସେ ଅନେକବେଳ ଯାଏ ମୋ ମୁହଁକୁ ଚାହିଁ ରହିଲେ। ତାଙ୍କ ମୁହଁର ଭାବ ବଦଳିଗଲା। ଯେଉଁ ଆଖି ଦୁଇଟିରେ ଉଦାସୀର ଲହରୀ କିଛି କ୍ଷଣ ପୂର୍ବରୁ ମୁଁ ଅନୁଭବ କରୁଥିଲି, ସେ ଦୁଇଟି ପୁଣି ଥରେ ହସି ଉଠିଲେ, “ସତ କୁସୁମ, ତମେ ଠିକ୍ ମନେ ପକାଇ ଦେଇଛ!”

ବାରଣ୍ଡାରେ ବସି ଆମେ ଦୁହେଁ ରାଜପଥକୁ ସଂଯୋଗ କରୁଥିବା କଳା, ସରୁ, ପିଚୁ ରାସ୍ତାକୁ ଚାହିଁଥିଲୁ ଯାହାର ଦୁଇ ପାର୍ଶ୍ବରେ ବତୀଖୁଣ୍ଟଗୁଡିକ ମାନବଜୀବନର ପ୍ରତିବିମ୍ବ ଭଳି ଠିଆ ହୋଇଥିଲେ।

 (ଫେବୃୟାରୀ ୧୯୮୨, ସୁଚରିତା, ମାସିକ ମହିଳା ପତ୍ରିକା, ଭୁବନେଶ୍ୱର ରେ ପ୍ରକାଶିତ)

 

 


 

ଉପେକ୍ଷୀତ ପ୍ରତୀକ୍ଷା

                                                                                        

  ଏକ

 ବସନ୍ତ ପ୍ରଥମ କରି ଆସି ନ ଥିଲା। ତଥାପି ସେ ଅନୁଭବ କଲା, ବସନ୍ତ ନୂଆ କରି ଆସିଛି। କାରଣ ବସନ୍ତର ଏଇ ବେଳାରେ ସେ ତାକୁ ପ୍ରଥମେ ଦେଖିଲା। ପ୍ରଥମ ଦେଖାରେ ହିଁ ସେ ଭଲ ପାଇ ବସିଥିଲା। ତା’ର ଲମ୍ବା, ଧାରୁଆ ନାକ, ଅଣ୍ଡାକୃତି ଉଜ୍ଜଳ ମୁହଁ, ଓସାରିଆ, ଭସାଣିଆ ଆଖି। ପଚାରିଲା- ମୋ ସହ ବନ୍ଧୁତା କରିବ?

 ସେମାନେ ତାକୁ ଦେଖି ହସାହସି ହେଉଥିଲେ। ଯାହା ପ୍ରତି ଲକ୍ଷ୍ୟ କରି ପ୍ରଶ୍ନ କରାଯାଇଥିଲା, ସେ ମୁହଁ ବୁଲେଇ ନେଇ ତୀକ୍ଷ୍ଣ ଭାବେ କହିଲା – ନା, ଦରକାର ନାହିଁ!

 -କାହିଁକି? କଣ ଖରାପ ହେବ?

 -ଦରକାର ନାଇଁ। ସେଇ ଗୋଟିଏ ଉତ୍ତର।

 ଅନ୍ୟ ସଖୀମାନେ ଚୁପ୍ ଚୁପ୍ ହସୁଥିଲେ। ନକାରାତ୍ମକ ଉତ୍ତର ପାଇ ସେ ଉଦାସ ହୋଇଗଲା। ଭୟ ପାଇଗଲା ବି। ଭାବିଲା କହିବ- ମୁଁ ତୁମକୁ ପ୍ରଥମ ଦେଖାରେ ହିଁ ଭଲ ପାଇସାରିଛି। ମୋତେ ନିରାଶ କରନି।

 ନା, ସେ କହିବନି। ଝିଅଟା ଟିକେ ବି ଔପଚାରିକତା ଜାଣିନି। ମୁହେଁ ମୁହେଁ ମନା କରିଦେଲା। ଛି, ଏମିତି ଝିଅ ସହ ବନ୍ଧୁତା କରିବାକୁ ସେ ଚାହୁଁଥିଲା! ଦରକାର ନାହିଁ!

  

ଦୁଇ

 ତୃତୀୟ ସନ୍ତାନ ବି ବର୍ଷା ଦିନରେ ଜନ୍ମ ହୋଇଥିଲା। ପ୍ରସବ ବେଦନାରୁ ମୁକ୍ତି ପାଇ ସେ ସ୍ବଳ୍ପାଲୋକିତ କୋଠରୀ ଭିତରେ ଶିଶୁଟିକୁ ନେଇ ଧୁଆଧୋଇ କରୁଥିବା ଧାଈକୁ ଚାହିଁଲା ଏବଂ ଖୋଲା ଝରକା ଦେଇ ବାହାରର ଅନବରତ ବୃଷ୍ଟିପାତକୁ ଦେଖିଲା।

 ବାହାଘରର ପାଞ୍ଚବର୍ଷ ବି ବିତିନି। କେତେଦିନ ସେ ଉପଭୋଗ କରିଛି? ଗୋଟିଏ ଦିନ ବି ନୁହଁ। ଅଥଚ ସେ ତିନୋଟି ସନ୍ତନର ଜନନୀ! ଜୋର୍ ଜବରଦସ୍ତ ବୀଜ ରୋପିତ ହୁଏ ତ ଦେହରେ। ମନରେ ଇଛା ନ ଥାଇ, ଦେହରେ ଶକ୍ତି ନ ଥାଇ!

 ଦ୍ୱିତୀୟ ସନ୍ତାନ ପରେ ହିଁ ଲେଡି ଡାକ୍ତର କହିଥିଲେ – ବ୍ୟବଧାନ ବେଶି ରହୁନି ଆପଣଙ୍କର। ନିଜର ସ୍ୱାସ୍ଥ୍ୟ ହାନି ତ ନିଶ୍ଚୟ ହେବ। ପୁଅକୁ ମଧ୍ୟ ଭଲଭାବରେ ବଢାଇ ପାରିବେନି।

 କିନ୍ତୁ ତା ଦୁଃଖ ଶୁଣିବ କିଏ? ବିବାହ ବେଦୀରେ ମନ୍ତ୍ରର ଅର୍ଥ ନ ଜାଣି ଅଗ୍ନି ପ୍ରଦକ୍ଷିଣ ଯିଏ କରିଥିଲା, ସିନ୍ଦୁର ଯିଏ ପିନ୍ଧେଇଥିଲା, ମନକୁ ବୁଝିବ ବୋଲି ଯିଏ ପ୍ରତିଜ୍ଞା କରିଥିଲା, ସେ ତ ଶୁଣିବନି। ବରଂ ଏକତରଫା ଅଧିକାରରେ କହିବ- ମୋର ଝିଅ ଦରକାର। ଝିଅ ଜଲ୍‌ଦି ଜନ୍ମ ନ ହେଲେ, ତା’ର ବିବାହ ହେବ କେବେ? ର୍ରିଟାୟାର୍ଡ ହେଲା ପରେ ମୁଁ ଝିଅ ବୋଝ ନେଇ ପାରିବିନି।

 ତାକୁ କେବଳ ନିଜର ଚିନ୍ତା। ଅର୍ଦ୍ଧାଙ୍ଗିନୀ ବୋଲି ଯାହାକୁ ସୁଖ, ଦୁଃଖର ସାଥୀ କରି ଆଣିଥିଲା, ତା’ର ମନର ଭାବନା କିଛି ନୁହେଁ। ସେ ଦୀର୍ଘଶ୍ୱାସ ନେଇ ଚୁପ୍ ରହି ଯାଇଥିଲା। ସବୁ ସ୍ୱାମୀ ବନ୍ଧୁ ହୋଇପାରିବେନି। ସବୁ ବନ୍ଧୁ ବି ସ୍ୱାମୀ ହୋଇ ପାରିବେନି।

  ଆଉ ସେ! ଯିଏ ତାକୁ ତା’ର କୈଶୋରର ଦ୍ୱିତୀୟ ବସନ୍ତରେ ବନ୍ଧୁତା ପାଇଁ ପଚାରିଥିଲା! ସେଇ ମନଟିରେ ତା ବନ୍ଧୁତାର ସଂପୂର୍ଣ୍ଣ ସଂଜ୍ଞା ଉଦିତ ହୋଇ ନ ଥିଲା।ହୁଏତ ଆସନ୍ତା ଜନ୍ମରେ ….!

 

ତିନି

 -ମା’, ତମର କେହି ସାଙ୍ଗ ନାହିଁ?

 -ସାଙ୍ଗ?

 -ହଁ, ସାଙ୍ଗ। ମାନେ ବନ୍ଧୁ। କହ ସହ ତମେ ବନ୍ଧୁତା କରିନ?

 କରିନି କାହିଁକି? ସେ ବି କରିଛି। କିନ୍ତୁ ପାଟି ଖୋଲି କହିନି। ମନ ଖୋଲି ହସିନି, ବୁଲିନି। ସେ ମୁଣ୍ଡ ଟୁଙ୍ଗାରି ନାହିଁ କଲା। ଆଠ ବର୍ଷର ନାତି ତା’ର ଉଦାସୀ ସହ ତଳ ଦେଇ ଭାରି ମୁହଁରେ କହିଲା- ମୋର ବି ନାହିଁ। ବଡ ଅପାର ଅଛି। ସାନ ଅପାର ଅଛି। ମା’, ମୋର କାହିଁକି ନାହିଁ?

 -କାହାକୁ କହୁନୁ ବନ୍ଧୁ ବାନ୍ଧିବାକୁ!

 -ସରଳିଆ କଣ୍ଠରେ ଶିଶୁଟି ପଚାରିଲା- କାହାକୁ କହିବି?

 କାହାକୁ କହିବାକୁ କହିବ ସେ? କହିଲା- ଶରତକୁ।

 -ଶରତ କିଏ?

 -ଶରତ ଗୋଟିଏ ୠତୁର ନାଁ। ୠତୁ ଜାଣିଛୁ? ଗ୍ରୀଷ୍ମ,ବର୍ଷା,ଶରତ,ହେମନ୍ତ,ଶୀତ,ବସନ୍ତ। ଶରତ ୠତୁରେ କାକର ପଡେ।

 ବୁଝିଲା ଭଳି ଶିଶୁଟି ପ୍ରଶ୍ନ କଲା- କାକର କଣ?

 -ଏକଦମ୍‌ ଭୋରରୁ କାକର ଘାସ, ଗଛପତ୍ରରେ ବିନ୍ଦୁ ବିନ୍ଦୁ ପାଣି ହୋଇ ପଡିଥାଏ। ତାକୁ ସ୍ବର୍ଗରୁ ଦେବତାମାନେ ଢାଳନ୍ତି।

 -କଣ ପାଇଁ ମା’ ?

 -ତୋରି ଭଳି ଛୋଟ ପିଲାମାନେ ତା ସହ ବନ୍ଧୁତା କରିବେ ବୋଲି।

-ତା’ ହେଲେ ତ ସିଏ ମୋ ସାଙ୍ଗ! ବାଃ,ବାଃ, ମୋର ବି ସାଙ୍ଗ ଅଛି!

 

 ଚାରି

 କଲେଜରେ ପଢୁଥିବା ନାତୁଣି ତାକୁ ଚମକେଇ ଦେଲା-ଆଈ, ଦେଖ, ମୁଁ ସାଙ୍ଗରେ କାହାକୁ ଧରି ଆଣିଛି।

 ସେ ଦେଖିଲା ନାତୁଣି ସହ ଜଣେ ସୁଶ୍ରୀ ଯୁବକ।

-କିଏ? ସେ ନାତୁଣିକୁ ନୁହେଁ, ଝିଅକୁ ପଚାରିଲା।

 ଝିଅ ହସି ହସି ଝିଅକୁ ଚାହିଁଲା- କହୁନୁ ଆଈକୁ, କିଏ ସେ?

 ପାଖକୁ ଆସି ନାତୁଣି କହିଲା- ମୋ ସାଙ୍ଗ ସେ, ଆଈ।

 ପୁଣି ଅଧିକାର ଢଙ୍ଗରେ ଯୁବକଟିକୁ କହିଲା- ଭିତରକୁ ଆସ, ସେଇଠି ଠିଆ ହେଲ କଣ? ନା, ଏ ଘରକୁ କେବେ ଆସିନ?

 ବିଚରା ଯୁବକଟି ଲାଜ ଲାଜ ହୋଇ ଭିତରକୁ ଆସିଲା ଏବଂ ଆଈଙ୍କୁ ନମସ୍କାର କଲା।

  ସେ ଯୁବକଟିକୁ ପଚାରିଲା- ବନ୍ଧୁ ଅର୍ଥ ଜାଣିଛ?

 ଯୁବକଟି ହଁ କହି ପାଖରେ ବସିଲା।

 – ସୁଖରେ, ଦୁଃଖରେ ଯିଏ ସାଥୀରେ ଠିଆ ହୁଏ, ଯାହା ପାଖରେ ମନର ଅତି ଗହନ କଥା ବି କହି ହୁଏ। ଯେଉଁମାନଙ୍କ ମଧ୍ୟରେ କେବଳ ଏକତରଫା ଅଧିକାର ଚଳେନି।

ପୁଣି ପ୍ରଶ୍ନ କଲା- ମୋ ସହ ବନ୍ଧୁତା କରିବ?

ଜବାବ ନାତୁଣୀ ଦେଲା- ପ୍ରଥମ ଦେଖାରେ କି ବନ୍ଧୁତା ହୋଇଯାଏ ଆଈ? ଦୁଇଟା ମନ ସମାନ ସ୍ତରରେ ପହଞ୍ଚିଲା ପରେ ତ ତୁମକୁ ଏ ପ୍ରଶ୍ନ ପଚାରିବାକୁ ହିଁ ପଡିବନି।

 ସେ ଦେଖିଲା, ନାତୁଣୀର ମୁହଁ ଉଜ୍ଜଳ ଦେଖାଯାଉଛି। କେମିତି ଦେଖାଯାଉଛି ତା ନାତୁଣୀ? ସେ କୈଶୋରରେ ଯେମିତି ଦେଖାଯାଉଥିଲା? ଯାହା ସେ ହିଁ କେବଳ ଜାଣିଛି ବୋଲି ଭାବୁଥିଲା, ତାହା ଠିକ୍ ନୁହେଁ। ବନ୍ଧୁତ୍ୱ ର ମର୍ଯ୍ୟାଦା ତା ନାତୁଣୀ ବି ଦେଇ ଜାଣିଛି! ବଂଶବିଜ୍ଞାନ ଏତେ ସମୟ ନେଲା ତ ପରିଚୟ ଆତ୍ମପ୍ରକାଶ କରିବାରେ

 ସେ ମନଖୋଲି ହସିଲା। ଅନେକବର୍ଷ ପରେ ବୋଧହୁଏ ସେ ମନଖୋଲି ହସିଥିଲା !

 

 ପାଞ୍ଚ

 ରାତିରେ ଖାଇସାରିଲା ପରେ ସେ ନିଜ ବିଛଣା ପାଖକୁ ଘରର ସମସ୍ତ ସଦସ୍ୟଙ୍କୁ ଡକେଇଲା। ସମସ୍ତେ ଉପସ୍ଥିତ ହେଲ ପରେ ଆଶ୍ୱସ୍ତି ଅନୁଭବ କରି କହିଲା- ମୁଁ ଯାଉଛି।

 -କୁଆଡେ? ସମସ୍ତେ ଏକାସାଙ୍ଗେ ପଚାରିଲେ।

 -ବନ୍ଧୁ ବାନ୍ଧିବାକୁ। ସେ ଉପରକୁ ଆଙ୍ଗୁଠି ଉଠେଇ ଦେଖାଇଲା।

  ସମସ୍ତେ ବ୍ୟତିବ୍ୟସ୍ତ ହୋଇ ପଡିଲେ। ସାନପୁଅ ଡାକ୍ତର ଡାକିବାକୁ ଦୌଡିଗଲା। ବଡପୁଅ ଯାଇ ବୋଉର ମୁହଁ ପାଖରେ ବସି ପଡିଲା-କଣ ହେଲା? କଣ ଏମିତି ବାୟାଣିଙ୍କ ଭଳି କହୁଛୁ?

 ତା ମୁହଁରେ ମ୍ଲାନ ହସ ଦେଖାଗଲା। ସେ କେବଳ ଉପରକୁ ଆଙ୍ଗୁଠି ଦେଖେଇ ଠାରିଲା।

 -କିଏ? କିଏ ଅଛି ସେଇଠି? ନନା?

 ସେ ମୁଣ୍ଡ ହଲାଇ ମନା କଲା।

 -ଆଉ କିଏ?

 -ମୋ ବନ୍ଧୁ!

 ହାତ ତଳେ ପଡିଗଲା, ମୁଣ୍ଡ ଗୋଟିଏ ପାଖକୁ ଢଳିଗଲା। ଆତ୍ମା, ସୂକ୍ଷ୍ମ ଶରୀରକୁ ନେଇ ଅନ୍ୟ ଏକ ଉଷୁମ କାୟାର ସନ୍ଧାନରେ ଉଡିଗଲା। ବନ୍ଧୁ ଯେ ତାକୁ ବାନ୍ଧିବାକୁ ହେବ!

 

 (୮ ଫେବୃୟାରି ୧୯୮୫ ସମ୍ବାଦ, ୬ ପୃଷ୍ଠା ସାହିତ୍ୟ ବିଭାଗ, ରେ ପ୍ରକାଶିତ)

 


 

ଦ୍ୱିପହରର ଛାଇ

 

ଏକ

 

ଦିନେ,ଦି-ଦିନ ନୁହେଁ! ସପ୍ତାହେ ହେଲା ସ୍ମୃତି ଦେଖୁଛି ତାକୁ। ଆଜି ବି ଦେଖିବ କି? କ୍ଲାସ ସରିବାକୁ ଯାଉଛି। ଏଇ ଭାବନା ଆସୁ ଆସୁ ସ୍ମୃତିର ଛାତିରେ କମ୍ପନ ବଢିଗଲା। କ୍ଲାସ ଶେଷ ହେଲା। ମାଳବିକା ସହ ସେ କଲେଜରୁ ବାହାରକୁ ଆସିଲା।

କଲେଜ ସାମନା ବସ୍ ରହିବା ଜାଗାରେ ସେ ଆଜି ବି ଠିଆ ହୋଇଛି।ତାକୁ ଚାହିଁ ହସୁଛି। ଏକମୁଖୀ, ସ୍ଥିରଦୃଷ୍ଟି, ସ୍ମିତହାସ୍ୟ। ଆମନ୍ତ୍ରଣ ଜଣାଉଥିବା ହସ!

ସ୍ମୃତି ନିଜ ସ୍ମ୍ରୁତି-କୋଷରେ ଖୋଜିଲା। ନା, ମାମାଙ୍କର କିଏ ସାଥୀ ଭଳି ତ ମନେ ହେଉନି। ତାହାହେଲେ କ’ଣ ପାଇଁ, କେବଳ ତାକୁ ହିଁ ଚାହିଁ ହସେ? ସିଏ ତ ଆଉ ଛୋଟପିଲା ହୋଇନି ଯେ ହସି, ଫୁଲ ଶୁଙ୍ଘେଇ ତା ପଛେ ପଛେ ଟାଣି ନେଇଯିବ! ତାହହେଲେ କିଏ ସେ? କ’ଣ ଦରକାର ତା’ର? ଅଜଣା ଅଘଟଣର ଆଶଙ୍କାରେ ସ୍ମୃତି ଶିହିରି ଉଠିଲା।

ମାଳବିକା ପ୍ରଶ୍ନ କଲା, “କିଏ ଲୋ ସ୍ମୃତି, ଚିହ୍ନିଛୁ? ସବୁବେଳେ ତୋତେ ହିଁ ଚାହିଁ ହସୁଛି।”

ମୁଣ୍ଡ ହଲେଇ ସ୍ମୃତି ମନା କଲା।

“ମୁଁ ପଚାରିବି ତାକୁ?”

“କ’ଣ ବୋଲି?”

“ ଏମିତି। ଜଣେ ପୁଅ ଜଣେ ଝିଅର ପିଛା ଧରିବାରେ କିଛି କାରଣ ଅଛି। କିନ୍ତୁ ଜଣେ ଦରବୁଢୀ ଏଇ ସୁନ୍ଦରୀର ପଛେ କାହିଁକି?”

“ନା, ଆମର କିଛି ଦରକାର ନାଇଁ ସେସବୁ ସମ୍ପର୍କରେ ଆସିବା।” ସ୍ମୃତି କହିଲା। ମାଳବିକା ପ୍ରତିବାଦ କଲାନି।

“ସ୍ମୃତି, ଶୁଣିବୁ?” ପ୍ରଶ୍ନ ଠିକ୍ ସେମାନଙ୍କୁ ଲକ୍ଷ୍ୟ କରି କରାଯାଇଥିଲା। ଦିହେଁ ସେତେବେଳେ ବସ୍ ରହିବା ଜାଗାକୁ ଅତିକ୍ରମ କରୁଥିଲେ। ତାକୁ ହିଁ ଲକ୍ଷ୍ୟ କରି ଡାକୁଥିବା ଜାଣି ବି ସ୍ମୃତି ଚାହିଁ ପାରିଲାନି। ଅନ୍ୟଦିଗେ ମୁହଁ ବୁଲେଇ ନେଲା। ମାଳବିକା ସିଧା ଚାହିଁଲା। ପୌଢାକୁ ଚାହିଁ ଆଖି ଆଖିରେ ପଚାରିଲା- ମୋତେ?

“ନା, ତମକୁ ନୁହଁ। ସ୍ମୃତିକୁ। ଟିକେ ମୋ ପାଖକୁ ଆସିବୁ ମା’?”

ମନେ ମନେ ଚିଡିଗଲା ସ୍ମୃତି। ହୁଁ, ନାଁ ବି ଜାଣିଛି!ମାଳବିକା କହୁଣୀରେ ତାକୁ ସ୍ପର୍ଶ କଲା, “ଯା, ଡାକୁଛି। ମୁଁ ଅଛି ଏଇଠି।”

ସେ ପାଖକୁ ଗଲା। କ୍ଷଣକାଳ ପାଇଁ ନିରିଖେଇ ଚାହିଁଲା। ଗୌରାଙ୍ଗୀ ଏଇ ମହିଳା ଜଣକ ଅତୀତରେ ଯେ କେବେ ଦିନେ ସୁନ୍ଦରୀ ଥିଲେ, ସେଥିରେ ସନ୍ଦେହ ନାହିଁ। କୁନ୍ଦିଲା କୁନ୍ଦିଲା ଚେହେରାର ସୌନ୍ଦର୍ଯ୍ୟ ଏବେ ବି ମଉଳିନି।

ପଚରିଲା, “କ’ଣ?” ହଠାତ୍ ତାର ମନେ ହେଲା, ସେ ଠିକ୍ ଭାବେ ପ୍ରଶ୍ନ କରି ପାରୁନି। କଣ୍ଠରୁ ସ୍ୱର ଏକ ଭିନ୍ନ ଲହରରେ ବାହାରୁଛି।

“ତୁ ବି.ଏ. ପଢୁଛୁ ମା’?” କୋମଳ ଭାବେ ପ୍ରଶ୍ନ କରାଗଲା।

ସେ ମୁଣ୍ଡ ହଲେଇଲା।

“କେତେ ବଡ ହେଇଗଲୁଣି। ଏତେ ଟିକେ ଥିଲୁ। ଦେଖିଥିଲି।”

“କିନ୍ତୁ ମୁଁ ତ ଆପଣଙ୍କୁ ଜାଣିନି। କେବେ ଦେଖିନି।”

ଆଖିରେ ତାଙ୍କର ଗତ ଯୁଗର ସ୍ବପ୍ନ ଭାସି ଉଠିଲା। ଡୋଳା ଦୁଇଟି ଉପରେ ପାଣିର ଏକ୍ ଆସ୍ତରଣ ଦେଖାଗଲା। ସେ ସ୍ମୃତିର୍ ଚିବୁକ ସ୍ପର୍ଶ କଲେ, “ମୋ ନାଁ ରମା। ରମା କହିଲେ ତୋ ବାପା ଚିହ୍ନିବେ। କହିବୁ?”

ସ୍ମୃତି ପ୍ରଶ୍ନର ଉତ୍ତର ଦେଇପାରିଲାନି।

 

ଦୁଇ

 

ବାବା ଆସିଲାବେଳେ ରାତିର ପ୍ରଥମ ପ୍ରହର ବିତି ସାରିଥିଲା। ମାମା ତାଙ୍କ ହାତରୁ କୋଟ୍ ନେଇ ଉଆର୍ଡରୋବ ବାହାର କରୁଥିଲେ। ସ୍ମୃତି କବାଟରେ ଆଘତ ଦେଲା, “ବାବା!”

ଦିବ୍ୟେନ୍ଦୁ ବୁଲି ଚାହିଁଲେ ଏବଂ ଝିଅକୁ ଦୁଆର ମୁହଁରେ ଦେଖି କହିଲେ, “ଆ ଇତି, ଏଇଠିକୁ ଆସେ।”

ପାଖକୁ ଆସି ସେ ପଚାରିଲା, “ବାବା, ଆପଣ ରମା ନାଆଁରେ କାହାକୁ ଜାଣନ୍ତି, ଜଣେ ସ୍ତ୍ରୀ ଲୋକକୁ?”

ଜୋତା ଖୋଲୁ ଖୋଲୁ ଦିବ୍ୟେନ୍ଦୁଙ୍କ ହାତ ଅଟକିଗଲା। କିଛି ସମୟ ଚୁପ୍ ହେଇଯିବା ପରେ ସେ ସ୍ମୃତିକୁ ଚାହିଁଲେ, “କାହିଁକି, କ’ଣ ହେଲା କି?”

“ସପ୍ତାହେ ହେଲା ସେ କଲେଜ ସାମନା ପାସେଞ୍ଜେର ସେଡ୍‌ରେ ଠିଆ ହୁଅନ୍ତି। ମୋତେ ଦେଖି ହସନ୍ତି। ଆଜି କହିଲେ ଆପଣ ତାଙ୍କୁ ଜାଣନ୍ତି ବୋଲି। କିଏ ସେ ବାବା?”

ଦିବ୍ୟେନ୍ଦୁ ଜବରଦସ୍ତ ହସିଲେ, “ଡରି ଯାଇଛୁ? ଜଣେ କିଏ ତୋତେ ରୀତିମତ ଫଲୋ କରୁଛି। ଏଥିରେ ଡରିବାର କ’ଣ ଅଛି। ‘ବି ଏ ବ୍ରେଭ୍ ଗର୍ଲ ଏଣ୍ଡ ଫେସ୍ ଇଟ୍ ବ୍ରେଭଲି’। ମୋତେ ସେ ଜାଣିଥାଇପାରେ। କିନ୍ତୁ ମୁଁ ତାକୁ ଜାଣିନି।”

ସ୍ମୃତି ସନ୍ତୁଷ୍ଟ ହୋଇ ପାରିଲାନି। ତଥାପି ପ୍ରତିବାଦ କଲାନି। ଫେରି ପଡୁଥିଲା। ବାବା ପଛରୁ ଡାକିଲେ, “ଶୁଣ ଇତି, କାଲିଠୁ ତୁ ଚାଲି ଚାଲି କଲେଜ ଯିବୁନି। ମୋ ଜିପ୍‌ରେ ଯିବୁ। ସେଥିରେ ହିଁ ଆସିବୁ। ଆଜିକାଲି ଏମିତି ଘଟଣା ରାଜଧାନୀରେ ପ୍ରବଳ। ଫୁଲ ଶୁଙ୍ଘେଇ କଲିକତାରେ ନେଇ ବିକି ଦେବେ।”

ରମା ନାମ୍ନୀ ସେହି ସ୍ତ୍ରୀ ଲୋକଟି ମାଲୁଣି କି? ଫୁଲ ଶୁଙ୍ଘେଇ ମେଣ୍ଢା କରିଦେବ? ସେ ଶୀତେଇ ଉଠିଲା!

ଝିଅ ଚାଲିଗଲା ପରେ ବିରଳା ପଚାରି, “ରମା ହଠାତ୍ ଏବେ କାହିଁକି ଦେଖା ଦେଇଛି?”

ସେ ଉତ୍ତର ଦେଲେ, “ଦେଖାଯାଉ। ସମୟ କହିବ।”

 

ତିନି

 

ସେଦିନ ତିନିଟା ପରର ସମସ୍ତ କ୍ଲାସ ହଠାତ୍ ସସ୍ପେଣ୍ଡ ହୋଇଗଲା। ସ୍ମୃତି ଘରକୁ ଫୋନ୍ କଲା। ମାମା କହିଲେ, ଡ୍ରାଇଭର ଶୋଇଯାଇଛି। ସେ ଯାଇ ଉଠେଇ ପଠେଇବେ। ଚାଲି ଚାଲି ଗେଟ୍ ପର୍ଯ୍ୟନ୍ତ ଗଲା ସ୍ମୃତି।

ସେଇଠି ସେ ଠିଆହୋଇଥିଲେ। ରମା! ଆମନ୍ତ୍ରଣ ଜନିତ ହସ! ତାକୁ ଦେଖି ପାଖକୁ ଆସିଲେ। ତା’ର ସମସ୍ତ ରକ୍ତ ମୁଣ୍ଡ ଉପରକୁ ଉଠିଗଲା। କ୍ରୋଧରେ ଫାଟି ପଡିଲା ସେ, “କ’ଣ ଦରକାର ଆପଣଙ୍କର? କାହିଁକି ମୋ ପିଛା ଧରିଛନ୍ତି?”

ରମାଙ୍କ ଆଖିରୁ ହସ ଲିଭିଗଲା, “ପିଛା ନୁହେଁ ଝିଅ। ମାଆ ତ ଝିଅକୁ ଦେଖିବାଟା ଅପରାଧ?”

ସେ ଚମକି ଉଠିଲା, “କିଏ କା ମାଆ?”

“ତୁ ମୋ ଝିଅ ସ୍ମୃତି। ମୁଁ ତୋ ମାଆ।”

ସ୍ମୃତିର କଣ୍ଠରୁ ଠିକ୍ ସ୍ୱର ବାହାରିଲାନି। ଫିସ୍ ଫିସ୍ ସ୍ୱର ରେ କହିଲା, “ଅସମ୍ଭବ, ଅସମ୍ଭବ, ମୋ ମାଆ ମୋତେ ଜନ୍ମ କଲା ପରେ ମରିସାରିଛନ୍ତି।”

ମୁଣ୍ଡ ହଲେଇଲେ ରମା, “ମୋ ଫୋଟ କେବେ ଘରେ ଦେଖିନୁ?”

“ନା”

“ତୋ ବାବାଙ୍କୁ ଫୋଟ ମାଗେ, ଜାଣିପାରିବୁ।”

ଏମିତି କେମିତି ହୋଇଗଲା? ଗୋଟିଏ ମୁହୂର୍ତ୍ତରେ ସବୁକିଛି ଓଲଟପାଲଟ ହୋଇଗଲା। ତା ମାଆ ବଞ୍ଚିଛନ୍ତି! ଅଥଚ ତାକୁ ପିଲାଦିନୁ କୁହାଯାଇଛି, ସେ ମରିସାରିଛନ୍ତି। ଏମିତି କେମିତି କରିପାରିଲେ ବାବା? ଗୋଟିଏ ଛୋଟ ଦୁଧଖିଆ ଛୁଆ ପାଖରୁ ତା ମା’କୁ ଛଡେଇ କେମିତି ନେଇପାରିଲେ? ମା…! ପ୍ରଥମେ ପରିଚୟ ନ ଜାଣି ଯେଉଁ ସ୍ତ୍ରୀ ଲୋକଟିକୁ ଦେଖି ସେ ବିରକ୍ତ ହେଉଥିଲା, ସେ ତା ମା’! ଇସ୍, ତାଙ୍କ ଛାତିରୁ ସେ କେତେଦିନ ଦୁଧ ଖାଇଛି?

 

            ଚାରି

 

“ବାବା?”

“କ’ଣ ଇତି?”

“ମା’ଙ୍କର ଫୋଟ ନାହିଁ?”

“ଆଲ୍‌ବମ୍‌ରେ ଅଛି, ଦେଖୁନୁ।”

“ମାମାଙ୍କର ନାହିଁ ବାବା, ମୋ ମା’ଙ୍କର ଫୋଟ।”

ଦିବ୍ୟେନ୍ଦୁ ଝିଅକୁ ଚାହିଁଲେ। ସ୍ମୃତି ଆଜି ସବୁଦିନଠୁ ଅଲଗା ଦେଖାଯାଉଛି। ରମାକୁ ପୁଣି ଭେଟିଛି କି? ପଚାରିଲେ, “ଆଜି ତୋର ଫୋଟ କାହିଁକି ଦରକାର ପଡିଲା?”

“ମୋ ମା’ଙ୍କର ନାଆଁ ରମା କି ବାବା?”

ସେ ଥଣ୍ଡା ପଡିଗଲେ। ନିଜକୁ ଯଥାସମ୍ଭବ ସଂଯତ ରଖି ଉତ୍ତର ଦେଲେ, “ହଁ।”

“ସେ ମରିସାରିଛନ୍ତି ବୋଲି ମିଛ କାହିଁକି କହିଛ ବାବା? ତାଙ୍କୁ ଘରୁ ତଡି ଦେଇଛ?”

“ତୋର ଏ ସବୁରେ ମୁଣ୍ଡ ଖେଳେଇବା ଦରକାର ନାହିଁ।”

ସ୍ମୃତିର ସମସ୍ତ ତନ୍ତୁ ଆନ୍ଦୋଳିତ ହୋଇଗଲା୤ ଉତ୍ତେଜିତ ହୋଇ ପାଟି କଲା, “ମୋ ମା’ ବଞ୍ଚିଥାଉ ଥାଉ ସେ ମରିସାରିଛନ୍ତି ବୋଲି କାହିଁକି କହିଲ? ମୋର ଉତ୍ତର ଦରକାର।”

ଦିବ୍ୟେନ୍ଦୁ ଚେୟାରରୁ ଉଠି ସ୍ତ୍ରୀଙ୍କୁ ଚାହିଁ କହିଲେ, “ତାକୁ କହିଦିଅ ବିରଳା, କାଲିଠୁ ତାର କଲେଜ ଯିବା ବନ୍ଦ। ମୁଁ ଚେଷ୍ଟା କରିବି, ଅନ୍ୟ କେଉଁଠି ହଷ୍ଟେଲରେ ରହି ସେ ଯେମିତି ପଢିପାରିବ।”

ବିରଳା ଝିଅକୁ ବିକଳରେ ଚାହିଁଲେ। ଗଡି ଆସୁଥିବା ଲୁହକୁ ଦୁଇହାତ ପାପୁଲିରେ ଘୋଡାଇ ସ୍ମୃତି ନିଜ କୋଠରୀକୁ ଚାଲିଗଲା।

 

 ପାଞ୍ଚ

 

ସବୁ ରବିବାରରେ ଦିବ୍ୟେନ୍ଦୁ ଘରେ ରହନ୍ତି। ସେଦିନ ବି ଥିଲେ। ସ୍ତ୍ରୀଙ୍କ ସହ ବସି ଟି.ଭି ଦେଖୁଥିଲେ। ସ୍ମୃତି ନିଜ କୋଠରୀରେ ପଡିରହି ଶୀତୁଆ ଆକାଶକୁ ଚାହିଁଥିଲା। ବିରଳା ଆସି ତାକୁ ଡାକିଲେ ଟି.ଭି ଦେଖିବା ପାଇଁ। ଅଭିମାନରେ ମାମାଙ୍କ ଡାକ ବି ଶୁଣିଲାନି ସେ। ଶୋଇ ସ୍ବପ୍ନ ଦେଖିଲା। ସୁନ୍ଦର, ଦିବ୍ୟ ଚେହେରା ନେଇ ତା ମାଆ ତାକୁ ଡାକୁଛନ୍ତି- ମୋ ପାଖକୁ ଆସିବୁନି ମାଆ? ସ୍ମୃତି ଯାଇପାରୁନି। କୁହୁଡିରେ ପହଁରୁଛି। ପାଖରେ ପହଞ୍ଚିପାରୁନି। ତା’ର ଶ୍ୱାସରୁଦ୍ଧ ହୋଇଯାଉଛି। ସେ ସହାଯ୍ୟ ପାଇଁ ଚିତ୍କାର କରିବାକୁ ଚାହୁଁଛି। କିନ୍ତୁ ପାରୁନି।

ତା’ର ନିଦ ଭାଙ୍ଗିଗଲା। କୋଠରୀ ଭିତରେ ପୌଷ ମଧ୍ୟାନ୍ନର ତୀକ୍ଷଣାଲୋକ। ବୈଠକଖାନାରେ ବାବା ଏବଂ ଅନ୍ୟ ଏକ ସରୁକଣ୍ଠର ଜୋରଦାର୍ ତର୍କ-ବିତର୍କ ଝଙ୍କାର ଶୁଣାଯାଉଛି। କିଏ ଆସିଛି? ସେ ଉଠି ବୈଠକଖାନା ଦ୍ୱାର ନିକଟକୁ ଗଲା। ବାବା ଡାକିଲେ, ଆ ଇତି। ଦେଖେ କିଏ ଆସିଛି।”

ରକ୍ତ-ପାଣ୍ଡୁର ଓସାରିଆ ମୁହଁ ନେଇ ରମା ବସିଥିଲେ। ତା ମାଆ! ସ୍ମୃତି ହଠାତ୍ ବୁଝି ପାରିଲାନି, ସେ କ’ଣ କରିବ? ଦୌଡିଯାଇ ତା ମା’ଙ୍କ କୋଳରେ ପଡିଯିବ, ନା ପ୍ରାଣ ଖୋଲି ହସିବ? ତା’ର ହାତ ଧରି ପାଖରେ ବସେଇ ବାବା ପଚାରିଲେ, “ତାଙ୍କ ସହ ଯିବୁ ଇତି? ଡାକି ଆସିଛନ୍ତି।”

ସ୍ମୃତି କି ଉତ୍ତର ଦେବ?

ଦିବ୍ୟେନ୍ଦୁ କହିଲେ, “ଦେଖ ରମା, ଇଏ ମୋର ଝିଅ। ତମର ନୁହେଁ। ଗୋଟିଏ ଜୀବନ୍ତ ମାଂସ ପିଣ୍ଡୁଳାକୁ ତମେ ଜନ୍ମ କରିଥିଲ ସତ। କିନ୍ତୁ ତାକୁ ମଣିଷ ଆମେ କରେଇଛୁ। ଆମେ!”

ରମାଙ୍କ ମୁହଁ ଅଧିକ ରକ୍ତାଭ ଦେଖାଗଲା, “ସ୍ମୃତିକୁ ମୋତେ ନ ଦେଲେ ମୁଁ କୋର୍ଟରେ ଠିଆ ହେବି।”

ସେ ହସିଲେ, “ଓଃ, ସେଇ କୋର୍ଟରେ, ଯାହାର କାଠଗଡା ଭିତରେ ଠିଆହୋଇ ସ୍ବୀକାର କରିଥିଲ; ସ୍ୱାମୀ, ଝିଅ, ସମ୍ପତ୍ତି, କାହାରି ଉପରେ ତମର ଅଧିକାର ନାହିଁ। ଆଉ ତମେ ନିଜ ଖୁସିରେ ହିଁ ତ୍ୟାଗପତ୍ର ଦେଇଛ। ମୁଁ ତ ତମକୁ ଛାଡି ନ ଥିଲି। ତମେ ହିଁ ଆମକୁ ଛାଡିଦେଲ। ଇତିକୁ ଛାଡି ଗଲାବେଳେ ସେ କେତେଦିନର ହୋଇଥିଲା, ମନେ ଅଛି?”

ରମାଙ୍କ ମୁହଁ ଧଳା ପଡିଗଲା। ସେ ଚୌକିରୁ ଉଠି ଠିଆ ହେଲେ। ସ୍ମୃତିକୁ ଚାହିଁ ବିକଳ ହୋଇ ଡାକିଲେ, “ମୁଁ ତୋ ମାଆ ଲୋ ଇତି। ଆ, ମୋ ସହ ଯିବୁ।”

ଭୟରେ ସେ ଚୌକିରୁ ଉଠି ପାରିଲାନି। ଅଜାଣତରେ ତା’ ହାତ ବାବାଙ୍କ ହାତକୁ ଭିଡି ଧରିଲା। ହାତର ସ୍ପର୍ଶରୁ ଝିଅର କମ୍ପନ ସେ ଅନୁଭବ କଲେ। କହିଲେ, “ରୂପର ନିଶାରେ ପାଗଳ ହୋଇ ହିରୋଇନ୍ ହେବ ବୋଲି ଗୋଟିଏ ଛୋଟ ଛୁଆକୁ ଛାଡି ଚାଲିଯାଇଥିଲ, କେତେ ଟଙ୍କା ରୋଜଗାର କଲ ରମା? ନା, ନିରାଶ ହୋଇ ସ୍ମୃତିର ଆଶ୍ରା ଧରିଛ? ତାକୁ ବି ହିରୋଇନ୍ କରିବ?”

“ଦିବ୍ୟେନ୍ଦୁ!!” ରମା ଚିତ୍କାର କଲେ।

“ମିଛ ତ କହିନି, ରମା। ଜନ୍ମ କଲା ପରେ ତାକୁ ଛାତିର କ୍ଷୀର କେତେଦିନ ଖୁଆଇଛ? ପ୍ରଥମେ ସନ୍ତାନ ପାଳିବା ଶିଖ। ତା’ପରେ ତା’ ଉପରେ ଅଧିକାର ସାବ୍ୟସ୍ତ କରିବ।”

ସତ, ସତ, ନିଷ୍ଠୁର ସତ। ଅବାକ୍ ସ୍ମୃତିର ମୁହଁକୁ ରମା ଚାହିଁ ପାରିଲେନି। ଏଇ ସବୁ ଶୁଣିଲା ପରେ କେମିତି ସେ ଝିଅ ଆଗରେ ଠିଆ ହୋଇପାରିବେ? ଝଡ ବେଗରେ କୋଠରୀରୁ ବାହାରିଯାଇ ମଧ୍ୟାନ୍ନର ଖରାରେ ମିଶିଗଲେ।

ରମାକୁ ଦେଖି, ଅନ୍ୟ ଘରେ ଲୁଚିଥିବା ବିରଳା, ସେ ଚାଲିଗଲା ପରେ ସ୍ୱାମୀ ଙ୍କ ପାଖକୁ ଆସିଲେ, “ସେ ଚାଲିଗଲେ?”

ହାତମୁଠାରେ ଥିବା ଝିଅର ହାତକୁ ସ୍ତ୍ରୀଙ୍କ ହାତରେ ଦେଇ ଦିବ୍ୟେନ୍ଦୁ ସ୍ମୃତିକୁ ଚାହିଁ କହିଲେ, “ଇଏ ଥିଲା ତୋର ସେଇ ମା’, ଯାହାକୁ ମୁଁ ଲୁଚେଇ ରଖିଥିଲି।”

ସ୍ମୃତିର ଆଖି ଢଳ ଢଳ ହୋଇଗଲା। ଏଇ ଥିଲେ ତ ମାଆ! ଯାହାଙ୍କୁ ସେ ସ୍ବପ୍ନରେ ଦେଖିଥିଲା, ଯାହାଙ୍କୁ ସେ ସ୍ୱର୍ଗୀୟ ମନେ କରିଥିଲା ଏବଂ ଇଏ ତା’ର ମାମା, ବାବା କେବେ ଦିନେ କହିଥିଲେ, କେବଳ ତାକୁ ପାଳିବା ନିମନ୍ତେ ନିଜର ଗର୍ଭପାତ କରି ଦେଇଥିଲେ!

ସେ ଦେଖିଲା, ମାମା ଝରକା ଦେଇ ଦୂର ପର୍ଯ୍ୟନ୍ତ ଦେଖାଯାଉଥିବା ଲମ୍ବା ପିଚୁ ରାସ୍ତା କଡେ କଡେ ଶୀତୁଆ ଖରାରୁ ବଞ୍ଚିବା ପାଇଁ ମୁଣ୍ଡ ଉପରେ ଲୁଗାକାନିକୁ ଟାଣି ଯଉଥିବା ଜଣେ ସ୍ତ୍ରୀଲୋକକୁ ଚାହିଛନ୍ତି। ସେ ଝରକା ବନ୍ଦ କରିଦେଇ ମାମାଙ୍କ ଛାତିରେ ମୁହଁ ଲୁଚେଇଦେଲା।

“ବାବାଙ୍କୁ କହିଦିଅ ମାମା, ମୁଁ ତମକୁ ଛାଡି କୁଆଡେ ଯିବିନି।”

ବିରଳା ଝିଅର ଢଳ ଢଳ ଆଖିକୁ ଚାହିଁଲେ ଏବଂ ତା କପାଳ ଚୁମିନେଲେ।

 

(୭ ଅକ୍ଟୋବର ୧୯୮୫, ସମ୍ବାଦ, ସାହିତ୍ୟ ବିଭାଗ, ପୃଷ୍ଠା ୫ରେ ପ୍ରକାଶିତ)

 

 

 

पंचतंत्र

On the eve of World Friendship Day, I append below two short stories in Hindi collected from the books as told by Pandit Vishnu Sharma’s PANCHATANTRA regarding friendship which is an ever referral.

  1. मूर्ख-मित्र

एक नदी के किनारे एक जामुन के पेड़ पर एक बन्दर रहता था जिसकी मित्रता उस नदी में रहने वाले मगरमच्छ के साथ हो गयी।वह बन्दर उस मगरमच्छ को भी खाने के लिए जामुन देता रहता था।एकदिन उस मगरमच्छ ने कुछ जामुन अपनी पत्नी को भी खिलाये। स्वादिष्ट जामुन खाने के बाद उसने यह सोचकर कि रोज़ाना ऐसे मीठे फल खाने वाले का दिल भी खूब मीठा होगा ;अपने पति से उस बन्दर का दिल लाने की ज़िद्द की।

पत्नी के हाथों मजबूर हुए मगरमच्छ ने भी एक चाल चली और बन्दर से कहा कि उसकी भाभी उसे मिलना चाहती है इसलिए वह उसकी पीठ पर बैठ जाये ताकि सुरक्षित उसके घर पहुँच जाए।बन्दर भी अपने मित्र की बात का भरोसा कर, पेड़ से नदी में कूदा और उसकी पीठ पर सवार हो गया।जब वे नदी के बीचों-बीच पहुंचे ; मगरमच्छ ने सोचा कि अब बन्दर को सही बात बताने में कोई हानि नहीं और उसने भेद खोल दिया कि उसकी पत्नी उसका दिल खाना चाहती है।बन्दर को धक्का तो लगा लेकिन उसने अपना धैर्य नहीं खोया और तपाक से बोला –‘

“ओह, तुमने, यह बात मुझे पहले क्यों नहीं बताई क्योंकि मैंने तो अपना दिल जामुन के पेड़ की खोखल में सम्भाल कर रखा है।अब जल्दी से मुझे वापस नदी के किनारे ले चलो ताकि मैं अपना दिल लाकर अपनी भाभी को उपहार में देकर; उसे खुश कर सकूं ।”

मूर्ख मगरमच्छ बन्दर को जैसे ही नदी-किनारे ले कर आया ;बन्दर ने ज़ोर से जामुन के पेड़ पर छलांग लगाई और क्रोध में भरकर बोला – “अरे मूर्ख ,दिल के बिना भी क्या कोई ज़िन्दा रह सकता है ? जा, आज से तेरी-मेरी दोस्ती समाप्त।”

2.मित्र-द्रोह

दो मित्र धर्मबुद्धि और पापबुद्धि हिम्मत नगर में रहते थे। एक बार पापबुद्धि के मन में एक विचार आया कि क्यों न मैं मित्र धर्मबुद्धि के साथ दूसरे देश जाकर धनोपार्जन कर्रूँ। बाद में किसी न किसी युक्ति से उसका सारा धन ठग-हड़प कर सुख-चैन से पूरी जिंदगी जीऊँगा। इसी नियति से पापबुद्धि ने धर्मबुद्धि को धन और ज्ञान प्राप्त होने का लोभ देते हुए अपने साथ बाहर जाने के लिए राजी कर लिया।

शुभ-मुहूर्त देखकर दोनों मित्र एक अन्य शहर के लिए रवाना हुए। जाते समय अपने साथ बहुत सा माल लेकर गये तथा मुँह माँगे दामों पर बेचकर खूब धनोपार्जन किया। अंततः प्रसन्न मन से गाँव की तरफ लौट गये।
गाँव के निकट पहुँचने पर पापबुद्धि ने धर्मबुद्धि को कहा कि मेरे विचार से गाँव में एक साथ सारा धन ले जाना उचित नहीं है। कुछ लोगों को हमसे ईष्या होने लगेगी, तो कुछ लोग कर्ज के रुप में पैसा माँगने लगेंगे। संभव है कि कोई चोर ही इसे चुरा ले। मेरे विचार से कुछ धन हमें जंगल में ही किसी सुरक्षित स्थान पर गाढ़ देनी चाहिए। अन्यथा सारा धन देखकर सन्यासी व महात्माओं का मन भी डोल जाता है।
सीधे-साधे धर्मबुद्धि ने पुनः पापबुद्धि के विचार में अपनी सहमति जताई।वहीं किसी सुरक्षित स्थान पर दोनों ने गड्ढ़े खोदकर अपना धन दबा दिया तथा घर की ओर प्रस्थान कर गये।
बाद में मौका देखकर एक रात कुबुद्धि ने वहाँ गड़े सारे धन को चुपके से निकालकर हथिया लिया।कुछ दिनों के बाद धर्मबुद्धि ने पापबुद्धि से कहा: भाई मुझे कुछ धन की आवश्यकता है। अतः आप मेरे साथ चलिए।पापबुद्धि तैयार हो गया।जब उसने धन निकालने के लिए गड्ढ़े को खोदा, तो वहाँ कुछ भी नहीं मिला। पापबुद्धि ने तुरंत रोने-चिल्लाने का अभिनय किया। उसने धर्मबुद्धि पर धन निकाल लेने का इल्जाम लगा दिया। दोनों लड़ने-झगड़ते न्यायाधीश के पास पहुँचे।

न्यायाधीश के सम्मुख दोनों ने अपना-अपना पक्ष प्रस्तुत किया। न्यायाधीश ने सत्य का पता लगाने के लिए दिव्य-परीक्षा का आदेश दिया।

दोनों को बारी-बारी से अपने हाथ जलती हुई आग में डालने थे। पापबुद्धि ने इसका विरोध किया उसने कहा कि वन देवता गवाही देंगे। न्यायधीश ने यह मान लिया। पापबुद्धि ने अपने बाप को एक सूखे हुए पेड़ के खोखले में बैठा दिया। न्यायधीश ने पूछा तो आवाज आई कि चोरी धर्मबुद्धि ने की है।

तभी धर्मबुद्धि ने पेड़ के नीचे आग लगा दी। पेड़ जलने लगा और उसके साथ ही पापबुद्धि का बाप भी, वो बुरी तरह रोने-चिल्लाने लगा। थोड़ी देर में पापबुद्धि का पिता आग से झुलसा हुआ उस वृक्ष की जड़ में से निकला। उसने वनदेवता की साक्षी का सच्चा भेद प्रकट कर दिया।

न्यायाधीश ने पापबुद्धि को मौत की सजा दी और धर्मबुद्धि को उसका पूरा धन दिलवाया और कहा कि मनुष्य का यह धर्म है कि वह उपाय की चिन्ता के साथ अपाय की भी चिन्ता करे।

(मित्रो, बचपन में पढ़ी यह कहानी आज भी मुसीबत के क्षणों में धैर्य रखने की प्रेरणा देती है ताकि हम कठिन समय का डट कर मुकाबला कर सकें। दूसरे, मित्रता का सदैव सम्मान करें।)

ମନ ଅଗଣାରୁ (ବିଳମ୍ବିତ ପ୍ରହର)

ରାତି ପାହି ନ ଥିଲା। ତଥାପି ମୋ ନିଦ ଭାଙ୍ଗି ଯାଇଥିଲା। ଦକ୍ଷିଣ ପାଖ ଝରକା ଫାଙ୍କ ଦ୍ୱାରରେ ଶୁକ୍ଳପକ୍ଷ ଜହ୍ନ ଆଲୁଅର ସରୁ ରେଖା ଭିତରକୁ ପଶି ଆସି ପ୍ରୀତମର ମୁହଁ ଉପରେ ପଡୁଥିଲା ଶୀତାଂଶୁଙ୍କ ଅବିକଳ ପ୍ରତିବିମ୍ବ ନେଇ ଏ ଦୁନିଆ କୁ ଆସିଛି ସେ ଅନେକ ରାତି ଯାଏଁ ତାର ଅସରନ୍ତି କଥା ସରି ନ ଥିଲା ଛୋଟ ବେଳୁଁ ହିଁ ତାର ଶୋଇଲା ବେଳେ ମୋ ପାଖରେ ବଜର ବଜର ହେବା ଅଭ୍ୟାସ ଥିଲା ପ୍ରଥମେ ପ୍ରଥମେ ଶୀତାଂଶୁ ବିରକ୍ତ ହେଉଥିଲେ। କିନ୍ତୁ ପ୍ରୀତମର ଅଭ୍ୟାସ ବଦଳି ନ ଥିଲା ଦିନ ସାରା ତାର ଦିନଚର୍ଯ୍ୟାକୁ ମାମା ପାଖରେ ନ ବାନ୍ତି କଲା ଯାଏଁ ତାକୁ ନିଦ ହେଉ ନ ଥିଲା କୋଡ ପୋଛା ପୁଅର ଏଇ ଅଭ୍ୟାସକୁ ଭାଙ୍ଗି ଦେବାକୁ ମୋର ଇଛା ହେଉ ନ ଥିଲା।

ତେଣୁ ଶୀତାଂଶୁଙ୍କୁ ଆକଟ କରି କହୁଥିଲି, ‘କହୁ, ନ କହିଲେ ତା ଭିତରେ ସେ ସବୁ ଘର କରିଦେବ। ତମେ ଶୋଇଯାଅମୁଁ ତା କଥା ବୁଝୁଛି

ବାସ୍‌, ଶୀତାଂଶୁ ଚୁପ ହୋଇଯାଇଥିଲେ ଏବଂ ପ୍ରୀତମର ଅଭ୍ୟାସରେ ପର ଲାଗିଯାଇଥିଲା

ରାତିରେ ଯେତେବେଳେ ସେ କହିଥିଲା, ‘ମାମା, ମୁଁ ତମ ପାଖରେ ଶୋଇବି

ତତ୍‌କ୍ଷଣାତ୍‌ ମୀନୁ ଝିଙ୍ଗାସି ଉଠିଲା, ‘ହଁ, ନ ଶୋଇଲେ ଆଉ ଗେଲା ବୋଲି କେମିତି ଜଣା ପଡିବ?’

ସାନ ବୋହୂ ଆକଟ କଲା, ‘ମାମା ଶୋଇବେ। ଜଲଦି ଉଠିଲେ ସକାଳୁ ଅନେକ କାମ ଅଛି। ତମେ ଆଉ ବକର ବକର ହେବନି।’

ଆହା, ପ୍ରୀତମ ଟିକେ ହେଲେ ବି ବଦଳି ଥାଆନ୍ତା – ‘ମାମା, ଏଇଟା ହେଲା, ମାମା ସେଇଟା ହେଲା, ୟାକୁ ଏୟା କହିଲି, ତାକୁ ସେୟା କହିଲି, ମୁଁ ହେବାରୁ ତମ ବୋହୂକୁ ସମ୍ଭାଳିଛି, ବୁଝିଲ’ – ଆଦି, ଆଦି ର ଅନେକ ଅସରନ୍ତି ସମ୍ଭାର।

ସାନ ବୋହୂକୁ ପ୍ରୀତମ ପାଇଁ ସମସ୍ତେ ପସନ୍ଦ କଲା ପରେ ଏକୁଟିଆ ତାକୁ ଦେଖି ପଚାରିଥିଲି, ‘ତାର ଟିକେ ଦୁର୍ବଳତା ଅଛି ଝିଅ, ରାତିରେ ଶୋଇଲାବେଳେ ଜଣକ ପାଖରେ ବକର ବକର ହେଲା ପରେ ହିଁ ସେ ଶୋଇପାରିବ ତମେ ପାରିବ?’

ସେ ସେତେବେଳେ କିଛି ଉତ୍ତର ଦେଇ ପାରି ନ ଥିଲା କିନ୍ତୁ ତାର ଚାହାଣୀରେ ସମ୍ମତି ସୂଚକ ଇଙ୍ଗିତ ଦେଖାଦେଇଥିଲା ବଦ ରାଗୀ ହେଲେ ବି ପ୍ରୀତମର ଏଇ ଅଭ୍ୟାସଟିକୁ ଆପଣେଇ ଥିବାରୁ, ସାନ ବୋହୂ ଉପରେ ସହଜରେ ମୁଁ ଖପା ହୋଇ ପାରୁ ନଥିଲି

ଏମିତି ହିଁ ଏକ ଶରତର ପାହାନ୍ତି ପହରେ ଅଷ୍ଟମୀ ପୂଜା ପାଇଁ ଯେତେବେଳେ ଘରେ ସବୁ ପିଲାଏ ଜମା ହୋଇଥିଲେ, ଶୀତାଂଶୁଙ୍କ କ୍ଷୀଣ ଚିତ୍କାର ଶୁଣି ମୋ ନିଦ ଭାଙ୍ଗି ଯାଇଥିଲା ଶୀତାଂଶୁ ଛାତିକୁ ଧରି ଛାଟିପିଟି ହେଉଥିଲେ। ସାଙ୍ଗେ ସାଙ୍ଗେ ପାଣି ଦେଇଥିଲି ଅଧା ବୋତଲର ଆଣ୍ଟାସିଡ ତାଙ୍କ ପାଟିରେ ଢାଳିଦେଇଥିଲିକିଛି ଲାଭ ମିଳି ନ ଥିଲା। ବାପା ପାଖରେ ଶୋଇଥିବା ପ୍ରୀତମ ବି ଉଠିପଡିଥିଲାଚିତ୍କାର କରି ସେ ଉପର ଘରେ ଶୋଇଥିବା ତା ବଡ ଭାଇକୁ ଡାକି ସାରିଥିଲା ଆମ୍ବୁଲାନ୍ସରେ ଶୀତାଂଶୁଙ୍କୁ ଧରି ହସ୍‌ପିଟାଲ ନିଆ ଯାଇଥିଲାସେ ରାତି ଶୀତାଂଶୁଙ୍କ ପାଖରେ ଆମ ମା ପୁଅ ଦୁହିଁଙ୍କ ଶେଷ ଶୋଇବା ଥିଲା। ସକାଳ ସୂର୍ଯ୍ୟଙ୍କ ପହଲି କିରଣ ଆମ ମାଟିରେ ସ୍ପର୍ଶ କଲା ପୂର୍ବରୁ ହିଁ ମୃତ୍ୟୁର କରାଳ ଲହରୀ ଭାଙ୍ଗିବାକୁ ଶୀତାଂଶୁ ଶରୀର ତ୍ୟାଗ କରି ସାରିଥିଲେ ଚଉରାଳିଶି ବର୍ଷର ମୋ ବୈବାହିକ ଜୀବନରେ ଶୀତାଂଶୁ ରୂପକ ପକ୍ଷ ହଠାତ୍‌ କଟିଯାଇ ମୋ ଜୀବନ ଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା

ବାହାରେ ଦୂର କେଉଁ ମନ୍ଦିରରେ ଶଂଖ ଓ ଘଣ୍ଟା ଧ୍ଵନିର ଶବ୍ଦ ଶୁଣା ଯାଉଥିଲା। ପ୍ରୀତମର ଉପରେ ପଡିଥିବା କ୍ଷୀଣ ପାହାନ୍ତି ଆଲୁଅ ଉପରୁ ଦୃଷ୍ଟି ଫେରାଇ ଆଣି ଉଠି ବସିଲିମୋତେ ଯେ ନିଜକୁ ନିଜେ ସମ୍ଭାଳିବାକୁ ହେବ, ନିଜେ ଉଠି ସାରି ମୁରବୀ ସାଜି ସମସ୍ତଙ୍କୁ ଉଠେଇବାକୁ ପଡିବ ପ୍ରଦୀପ, ତା ସ୍ତ୍ରୀ; ଅନୀତା, ତା ସ୍ୱାମୀ ସକାଳ ଗାଡିରେ ଆସିବେ। ରାତି ପାହିଲେ ଶୀତାଂଶୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

 

ଦୁଇ

ଦିନେ ସଂଧ୍ୟାରେ ଦୀର୍ଘ ୩୦ ବର୍ଷ ଧରି ରହୁଥିବା ସେହି ପୁରୁଣା ଜୀର୍ଣ୍ଣ-ଶୀର୍ଣ୍ଣ ସରକାରୀ ଘରକୁ ଫେରିଲା ପରେ ଚାହା ପିଉ ପିଉ ଶୀତାଂଶୁ କହିଥିଲେ, ‘କୁସୁମ, ଗାଁରୁ ଆସି ଭୁବନେଶ୍ୱରରେ କଣ୍ଟ୍ରାକ୍ଟରି କରୁଥିବା ମୋର ସାଙ୍ଗ ପ୍ରଫୁଲ୍ଲ କଥା ତମର ମନେ ଅଛି?’

ହଁ, ମନେ ନ ଥିବ କେମିତି? ପ୍ରଦୀପ ଓ ଅନୀତାର ବାହାଘର ଗୋଟିଏ ଦିନରେ ହିଁ ହୋଇଥିଲା ତା’ ପରେ ପରେ ଦିନେ ଆମ ସରକାରୀ କ୍ୱାର୍ଟରରେ ଗୋଟିଏ ଦମ୍ପତ୍ତି ପେଢିପୁଟୁଳା ଧରି ଆସି ପହଞ୍ଚି ଯାଇଥିଲେ ମୋ ଦେହରେ ଯେମିତି କିଏ ନିଆଁ ଲଗେଇ ଦେଇଥିଲା ପାଞ୍ଚ-ପାଞ୍ଚଟା ପିଲା ଧରି ରାଜଧାନୀ ଭଳି ଜାଗାରେ ଚଳ। ପୁଣି ଗାଁରୁ ସାଙ୍ଗ-ସାଥୀ! ବହୁତ ସମୟ ଧରି ଭିତର ଘରୁ ମୁଁ ବାହାରି ନ ଥିଲି କାକୁତି ମିନତି କରି ଶୀତାଂଶୁ ମୋତେ ବାହାରକୁ ଧରି ଆଣିଥିଲେ

‘କୁସୁମ, ମୋ ସାଙ୍ଗ ପ୍ରଫୁଲ୍ଲ। ଇଏ ତା ସ୍ତ୍ରୀ

ଜର୍ଜରିତ କ୍ରୋଧର ଆବରଣରୁ ବାହାରି ଆସି ସାରିଥିଲେ ମଧ୍ୟ ଭଲ ଭାବେ ମୁଁ ତାଙ୍କ ସ୍ତ୍ରୀ ଙ୍କୁ ଭଲ ଭାବେ ଚାହିଁ ପାରି ନଥିଲି ୧୫ ଦିନ ଆମ ଘରେ ରହିଲା ପରେ ଭଡା ଘର ଦେଖି ବରମୁଣ୍ଡା ଗାଁ ଭିତରକୁ ସେମାନେ ଚାଲି ଯାଇଥିଲେ। ପ୍ରଫୁଲ୍ଲଙ୍କ ସ୍ତ୍ରୀ ବହୁତ ଆମାୟିକ ମହିଳା ଥିଲେ । ଆମ ଘରେ ଥିଲା ଯାକ ମୋ ଘରର ସବୁ କାମ ତକ ନିଜ ହାତକୁ ନେଇଯାଇଥିଲେ ଗୀତୁ, ମୀନୁ, ପ୍ରୀତମର ଜଂଜାଳ ନିଜ ଛୁଆମାନଙ୍କ ଭଳି ନେଇଥିଲେ, ‘ନିଜର କିଛି ଠିକଣା ଥିଲେ ସିନା ଅପା, ପିଲାଙ୍କୁ ଏଇଠିକୁ ଆଣିବି। ନ ହେଲେ ପିଲାଙ୍କୁ ଏକୁଟିଆ କଣ ଗାଁରେ ୟା ତା ପାଖରେ ସବୁ ଦିନ ଛାଡି ହେବ?’

ଶୀତାଂଶୁ ସେହି ପ୍ରଫୁଲ୍ଲଙ୍କ କଥା କହୁଥିଲେ ଅନେକ ଦିନ ହେଲା ସେମାନଙ୍କ ସହ ସାକ୍ଷାତ ହୋଇ ନ ଥିଲା।

‘ପ୍ରଫୁଲ୍ଲ ଆଜି ଅଫିସ ଆସିଥିଲା। ଗାଡକଣାରେ ସେ ପ୍ଲଟିଙ୍ଗ କରୁଛି। ଆମ ଅଫିସର ସମସ୍ତେ ସେଇଠି ଜାଗା କିଣୁଛନ୍ତି। ମୋତେ ପଚାରୁଥିଲା।’

‘ତମେ କଣ କହିଲ?’

‘କଣ ଆଉ କହିଥାନ୍ତି? ଆମ ପାଖରେ କଣ ଅଛି ଯେ ତାକୁ କହିବି କିଣିବି ବୋଲି। ଚୁପ ରହିଲି। ସେ ହିଁ କହିଲା – କିଣି ଦେ, ଯେବେ ସୁବିଧା ହେବ ପଇସା ଦେବୁ।’

ପ୍ରଦୀପର ଗୋଟିଏ ପୁଅ, ଅନୀତାର ଗୋଟିଏ ଝିଅ, ଗୀତୁର ଗୋଟିଏ ଝିଅ, ମୀନୁ, ପ୍ରୀତମର ଛୁଆ ନ ଥିଲେ ହେଲେ ସେମାନଙ୍କ ମାଆ ପାଞ୍ଚୋଟି ଛୁଆ ଜନ୍ମ କରିଥିଲା, ତାହା ପୁଣି ପ୍ରଥମ ଓ ଶେଷ ମଝିରେ ୧୬ ବର୍ଷର ପ୍ରଭେଦ ନେଇ ପ୍ରୀତମ ଜନ୍ମ ବେଳେ ପ୍ରଦୀପ କଲେଜରେ ଏବଂ ଅନୀତା ସ୍କୁଲରେ ପଢୁଥିଲେ ପାଞ୍ଚ-ପାଞ୍ଚୋଟି ପିଲାଙ୍କୁ ଧରି ରାଜଧାନୀର ଦ୍ରୁତ ପରିବର୍ତ୍ତନଶୀଳ ପରିବେଶରେ ପରିସ୍ଥିତିର ସମ୍ମୁଖୀନ କରାଇବାରେ ଶୀତାଂଶୁ ସିଦ୍ଧ-ହସ୍ତ ଥିଲେ ଶାଶୁ, ଶ୍ୱଶୁରଙ୍କ ମୃତ୍ୟୁ ପରେ ଗାଁ ଘର ଏବଂ ବିଲ ବାଡି ବିକ୍ରୀ କରି ପିଲାଙ୍କୁ ମଣିଷ କରିବାକୁ ଶୀତାଂଶୁ ନିଜର ପାରିଲା ପଣ ସାରି ଦେଇଥିଲେ ତା ଭିତରେ ଭୁବନେଶ୍ଵରରେ ନିଜ ଘର କରି ରହିବାର ସ୍ୱପ୍ନ ହିଁ ଆମେ କେବେ ଦେଖି ନଥିଲୁ ତଥାପି ପ୍ରଫୁଲ୍ଲଙ୍କ ସାହାଯ୍ୟରେ ଜାଗା କିଣାଗଲା

ଘର ପ୍ରତିଷ୍ଠା ଦିନ ତାଙ୍କ ସ୍ତ୍ରୀ ମୋତେ ପଚାରିଥିଲେ, ‘ଅପା, ମୀନୁକୁ ମୋ ପୁଅ ପାଇଁ ଦେବ?’

ଭୁବନେଶ୍ୱରରେ ଆମ ଘରେ ରହିଲା ଦିନରୁ ମୀନୁ ପାଇଁ ପ୍ରଫୁଲ୍ଲଙ୍କ ସ୍ତ୍ରୀଙ୍କ ଦୁର୍ବଳତା ଥିଲା, ମୁଁ ଜାଣି ଥିଲି କିନ୍ତୁ ତାକୁ ତାଙ୍କ ସମ୍ପର୍କରେ ଢାଳିବାକୁ ଯେ ସେ ମନରେ ଧରି ବସିଥିଲେ, ତାହା ମୋ ଧ୍ୟାନ ବାହାରେ ଥିଲା ମୀନୁକୁ ପଚାରିଥିଲି ମୀନୁ ମୌନ ରହିଥିଲା ଅଧିକନ୍ତୁ, ଶୀତାଂଶୁଙ୍କୁ ରାଜି କରାଇବାକୁ ମୋତେ ସମୟ ଲାଗିଥିଲା। ମୀନୁ ପାଇଁ ବଡ ଚାକିରିଆ ଖୋଜୁଥିଲେ ସେ କିଛି ଦିନ ଚୁପ୍‌ ରହିବା ପରେ ଆମେ ହଁ, ହାଁ କରିଥିଲୁ ମୀନୁର ବାହାଘର ପ୍ରଫୁଲ୍ଲଙ୍କ ଏକମାତ୍ର ପୁଅ ସହ ସମ୍ପନ୍ନ ହୋଇଥିଲା ପ୍ରଫୁଲ୍ଲଙ୍କ ପରିବାରର ଆକାର ଆମ ଭଳି ବଡ ନ ଥିଲା ଝିଅର ବାହାଘର ସାରି ଦେଇଥିଲେ। କିନ୍ତୁ ଗ୍ରାଜୁଏଟ୍‌ ପରେ ପ୍ରଫୁଲ୍ଲ ତାଙ୍କ ପୁଅକୁ ପ୍ଲଟିଙ୍ଗ, କଣ୍ଟ୍ରାକ୍ଟରୀ ରାସ୍ତାରେ ନେଇଯାଇ ଥିଲେଗାଁରୁ କିଛି ନ ଆଣି ଭୁବନେଶ୍ୱରରେ ସେ ଅନେକ ସମ୍ପତ୍ତିର ମାଲିକ ହୋଇପାରିଥିଲେ ମୋଟ ଉପରେ ଆମେ ପ୍ରଫୁଲ୍ଲଙ୍କ ଋଣୀ ଥିଲୁ କନ୍ୟା ଦାନ ପରେ ବି ସେ ଋଣରେ ଅନ୍ତ ଆସି ନ ଥିଲା

ଅବସର ନେଲା ପରେ ଶୀତାଂଶୁଙ୍କୁ ଯେତେ ଟଙ୍କା ମିଳିଥିଲା, ତାକୁ ଲଗେଇ ମୀନୁର ସ୍ୱାମୀ ଆମ ପାଇଁ ଏହି ଘରଟିକୁ ଅତି ସୁନ୍ଦର ଭାବରେ ସେହି ଜାଗାରେ କରିଦେଲେ, ଯାହାକୁ ତାଙ୍କ ବାପା ଆମ ପାଇଁ କିଣେଇ ଦେଇଥିଲେ ପ୍ରଦୀପ କହିଥିଲା, ‘ତମ ଟଙ୍କା ଥାଉ ବାପା, ମୁଁ ଘର ତିଆରି କରେଇ ଦେବି

ଶୀତାଂଶୁ କିଛି ଶୁଣି ନ ଥିଲେ, ‘ମୋ ଟଙ୍କାରେ କରି ଦେଉଛି। ଦରକାର ବେଳେ ତୁ ନ ଦେଲେ ଦେବ କିଏ? ଏବେ ଦରକାର ନାହିଁ

ଶୀତାଂଶୁ ଅନେକ ସମୟରେ ବିଳିବିଳେଇ ଥାନ୍ତି, ‘ପ୍ରଦୀପ, ତା ସ୍ତ୍ରୀ ଆସିଲେ ଉପରେ ରହିବେ; ଅନୀତା, ଗୀତୁ, ମୀନୁ ଆସିଲେ ପଛ ପାଖ ରୁମରେ, ପ୍ରୀତମ ଆସିଲେ ମୋ ପାଖରେ ।’

ମୁଁ ପଚାରେ, ‘ଆଉ ପ୍ରୀତମର ସ୍ତ୍ରୀ? ପିଲାମାନଙ୍କର ପିଲାଏ? ଭୁଲିଗଲ?’

‘ଓଃ ହୋ, ତା ହେଲେ ଉପରେ ଆହୁରି ଦୁଇଟା ରୁମ ଦରକାର।’

ମୀନୁର ସ୍ୱାମୀ ହସନ୍ତି, ‘ବାବା, ସମସ୍ତେ ଏଇଠି କଣ ସବୁଦିନ ରହିବେ? ହଁ, ମୋର ମିନୁର କଥା ଅବଶ୍ୟ ଭିନ୍ନ

ପାଖରେ ଠିଆ ହୋଇଥିବା ପ୍ରୀତମ ଆପତ୍ତି ଜଣାଏ, ‘ଭୁଲ କଥା ଭଇ, ମୂଁ କୁଆଡେ ଗଲି? ମୋର ଭୁବନେଶ୍ୱର ଆସିବାର ଚାନସ୍‌ ଅଧିକ, ଏ କଥା ଜାଣିଛ ତ?’

ଭୁବନେଶ୍ୱର ନୁହଁ, ବରଂ ପ୍ରୀତମର ବଦଳି ଚେନ୍ନାଇରୁ ଆସାମର ହାଇଡ୍ରୋ ପାୱାର ପ୍ରୋଜେକ୍ଟକୁ ହୋଇଯାଇଥିଲା

ଶୀତାଂଶୁ ତାକୁ ହସି ହସି ଫୋନ୍‌ କରିଥିଲେ, ‘ଦେଖିଲୁ, ଭାଇନା ସହ ଯୁଦ୍ଧ କରୁଥିଲୁ!’

ଘର ତିଆରି ପରେ ପରେ ପ୍ରୀତମର ବାହାଘରତା ପରେ ଏଠାରେ ମୁଁ ଶୀତାଂଶୁଙ୍କ ସହ ତିନିଟା ସମ୍ପୂର୍ଣ୍ଣ ବର୍ଷ ମଧ୍ୟ କଟେଇ ପାରି ନ ଥିଲିଆଶ୍ୱିନ- ଜ୍ୟୋତ୍ସ୍ନା- ବିଛୁରିତ ମେଘ ଶୂନ୍ୟ ଆକାଶରେ କଳ୍ପନା ସେପାଖ ଅମା ଅନ୍ଧାରୁଆ ଅନ୍ଧ ତମସର ବାସ୍ତବତା ମୋ ପାଇଁ ଅତି ଅସହନୀୟ ଥିଲା ଶୀତାଂଶୁ ଆଉ ନାହାନ୍ତି ମୋତେ ଚଳେଇ ନେବା ପାଇଁ, ମୋ ମନ ଅଗଣାର ସପନର ଢେଉକୁ ସମତୁଲ କରି ବାସ୍ତବର ଦୁନିଆକୁ ଫେରେଇ ଆଣିବା ପାଇଁ ମୋ ଅସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଚହଲା ମନ ଅଗଣାରେ ପ୍ରଶାନ୍ତିର ସ୍ଥବିରତା କେବଳ ଶୀତାଂଶୁ ହିଁ ଆଣି ପାରୁଥିଲେ। ନ ହେଲେ କି ୧୬ ବର୍ଷର ତଫାତର ପ୍ରଦୀପ ଏବଂ ପ୍ରୀତମ ଙ୍କ ମଧ୍ୟରେ ମୁଁ ସମନ୍ୱୟତା ରଖି ପାରିଥାନ୍ତିଅନୀତାର ଇଞ୍ଜିନିୟର, ଗୀତୁର ଶିକ୍ଷକ ଏବଂ ମୀନୁର କଣ୍ଟ୍ରାକ୍ଟର ସ୍ୱାମୀ ମାନଙ୍କ ମଧ୍ୟରେ ତାଳ ମେଳ ରହି ଥାଆନ୍ତା

ତିନି

ଶୀତାଂଶୁଙ୍କ ମୃତ୍ୟୁ ପରେ ମୋତେ ପ୍ରଫୁଲ୍ଲଙ୍କ ପରିବାର ଉପରେ ଅଧିକ ନିର୍ଭର ରହିବାକୁ ପଡୁଥିଲା ମୀନୁ ଯେଉଁଭଳି ତା ଶାଶୁଘର ଆଉ ଆମ ଘରର କାମ ମଧ୍ୟରେ ସାମଞ୍ଜସ୍ୟ ରଖି ଚାଲିଥିଲା, ତାକୁ ନେଇ ପ୍ରଫୁଲ୍ଲଙ୍କ ସ୍ତ୍ରୀ ଦିନେ ଇଙ୍ଗିତରେ ମଧ୍ୟ ନିଜ ବିରକ୍ତି ଭାବ ସୂଚାଇ ନାହାନ୍ତି। ତା ସ୍ୱାମୀ ମଧ୍ୟ ତଦ୍ରୁପ ଥିଲେ

ଶୀତାଂଶୁଙ୍କ ମୃତ୍ୟୁର ଚଉଦ ଦିନି ଦିନ ପ୍ରଦୀପ ଓ ଅନୀତା, ସତର ଦିନି ଦିନ ଗୀତୁ, କୋଡିଏ ଦିନି ଦିନ ପ୍ରୀତମ ଓ ସାନ ବୋହୂର ବିଦା କେବଳ ମୀନୁ ଓ ତା ସ୍ଵାମୀଙ୍କ ଉପସ୍ଥିତି ଯୋଗୁଁ ହିଁ ମୁଁ ସହ୍ୟ କରି ପାରିଥିଲି।

ପ୍ରଦୀପ ଡାକିଥିଲା, ‘ମାମା, ଆମ ପାଖକୁ ଆସି ଯ

ସାନ ବୋହୂ ଧରି ବସିଥିଲା ସେମାନଙ୍କ ସହ ମୋତେ ନେଇଯିବା ପାଇଁ, ମୋର ଇଛା ହୋଇ ନ ଥିଲା ଘରର ମୂଳଦୁଆ ପଥରଠୁ ଆରମ୍ଭ କରି ଶେଷ ରଙ୍ଗ କାମ ଯାଏଁ ଗୋଟି ଗୋଟି କରି ଶୀତାଂଶୁ ନିଜ ହିସାବରେ, ପସନ୍ଦରେ ତିଆରି କରିଥିଲେ ତାଙ୍କ ଅନୁପସ୍ଥିତି, ପ୍ରତି ମୁହୁର୍ତ୍ତର ସ୍ମୃତି ମୋ ମନ ଅଗଣାର ନିର୍ଜନତାରେ ହିଲ୍ଲୋଳିତ ହୋଇ ଉଠିଥିଲାତୋଫାନ ପରେ ପରେ ବାଇୟା ଚଢେଇର ବସାକୁ ପ୍ରାଣହୀନ ଶୂନ୍ୟତା ଭିତରେ ଛାଡିଦେବା ମୋ ପକ୍ଷେ କାଠି କର ହୋଇଥିଲା

ଶୀତାଂଶୁ କହୁଥିଲେ, ‘ଜାଣିଛ କୁସୁମ, ଆଉ ଦୁଇ ବର୍ଷ ତା’ ପରେ ଯଦି ମୋର କିଛି କ’ଣ ହୋଇଯାଏ, ତମେ ଫେମିଲି-ପେନସନ ପାଇବ। ତା ଆଗରୁ କିନ୍ତୁ ମୋ ପେନସନ ତମକୁ ମିଳିବ

ସେହି କଥା ହିଁ ହେଲା ତାଙ୍କର ପେନସନ ଟଙ୍କା ପାରିବାରିକ ପେନସନରେ ପରିଣତ ହେଲା ପୂର୍ବରୁ ହିଁ ସେ ସଂସାର ଛାଡି ଚାଲିଗଲେ କିଛିଦିନ ଯାଏଁ ତାଙ୍କ ପୁରା ପେନସନ ପାଇବାର ମୁଁ ହକ୍‌ଦାର ହେବି ଏୟା ଭାବି, ମନକୁ ଶକ୍ତ କରି, ଏକୁଟିଆ ରହିବାର ମାନସିକତା ନେଇ ମୁଁ ସ୍ଥିର କରିଥିଲି, ମୁଁ ଆଉ କୁଆଡେ ଯିବିନି ବରଂ, ତାଙ୍କ ଶ୍ରାଦ୍ଧ ବାର୍ଷିକୀ ପରେ ତଳଟା ଭଡାରେ ଲଗେଇ ଉପରେ ମୁଁ ରହିବି ଯେଉଁ ଆବେଗ, ବିଶ୍ଵାସର ଛତ୍ର ଛାୟା ତଳେ ଚାଳିଶି ବର୍ଷ କାଳ କଟେଇଲି, ତା’ର ଆଶ୍ରା କ’ଣ ଏତେ ସହଜରେ ଛାଡି ହେବ?

କାଳୁ ସକାଳୁ ଅନୀତା, ତା ସ୍ୱାମୀ ଏବଂ ପ୍ରଦୀପ, ତା ସ୍ତ୍ରୀ ଙ୍କୁ ଷ୍ଟେସନରୁ ମୀନୁର ସ୍ୱାମୀ କାରରେ ଧରି ଆଣି ଆସିଥିଲେ ଘରେ ଗହଳ ଚହଳ ଆରମ୍ଭ ହୋଇ ଯାଇଥିଲା। ପ୍ରୀତମର ସ୍ତ୍ରୀର ଆଗୁଆ ପଣ ସ୍ପଷ୍ଟ ବାରି ହୋଇ ଯାଉଥିଲା।

ରୋଷେଇ ଘରୁ ତାର ପାଟି ଶୁଭିଲା, ‘ମାମା, କୋଉଠି ଅଛ, ଆସ ହାଣ୍ଡି ବନ୍ଦାଣ ହେବ

ମୁଁ ବାହାରେ ହିଁ ରହି କହିଲି, ‘ବନ୍ଦାଣ ସାରିଦିଅ ରନ୍ଧା ଏବେ ଆରମ୍ଭ କଲେ ଦ୍ଵିପଦର ହୋଇଯିବ। ପୁରୋହିତ ଆସିଲା ବେଳକୁ ସରିଥିଲେ ହେବ ନା

ମୀନୁ ପାଟି କଲା, ‘ମାମା, ଭିତରକୁ ଆସ। ମିଶି କି ସାରିଦେବା

ରୋଷେଇ ଘର ଭିତରେ ଭାଉଜ-ନଣନ୍ଦ ପାଞ୍ଚ ଜଣ ଯାକ ଥିଲେ

‘ମୁଁ ମିଶିଲେ ଛଅ ହେବ। ମୋତେ ଆଉ ମିଶା ନା

ମୁଁ ଇଛାକୃତ ଉପେକ୍ଷା କଲି ଭରା-ପୁରା ପରିବାର ମୋର, ଘରେ ଭଲ-ମନ୍ଦ କାମରେ ଏଣିକି ତମେମାନେ କର ମାମାକୁ ଆଉ ସେ ଭିତରେ ପୁରାଅନି। ଏଇ ବିଧବାର ସେଇଠି କଣ କାମ?

ଶୀତାଂଶୁଙ୍କ ଶ୍ରାଦ୍ଧ-ବାର୍ଷିକୀ ପାଇଁ ମୁଁ ସାନ ଭଉଣୀ ମାନି ପାଖକୁ ଫୋନ କରି ନିମନ୍ତ୍ରଣ ଦେଲା ବେଳେ ସେ କହିଥିଲା, ‘ଅପା, ଗଲା ବର୍ଷ ମୁଁ ଜାଣି ଜାଣି କହି ନଥିଲି। କାର୍ତ୍ତିକ ଆଗରୁ ହିଁ ଭାଇନାଙ୍କ କାଳ ହୋଇଥିଲା ନା ୟାଙ୍କର ପୁରୀରେ ପୁରା ଚିହ୍ନା ଅଛନ୍ତି ଏ ବର୍ଷ କିନ୍ତୁ କହିବୁ। ଆଗରୁ କାର୍ତ୍ତିକ ପାଇଁ ଭଲ ରୁମ ରଖି ହେବ

ମୁଁ ବାହା ହେଲା ବେଳେ ମାନି ଛୋଟ ପିଲାଟାଏ ଥିଲା ନିଜ ପରିବାର କଥା ବୁଝୁ ବୁଝୁ ମାନି ଯେ ବଡ ହେଇସାରିଛି, ବାହା ହୋଇ ଘର ସଂସାର କରିଛି, ଅପା କଥା ବୁଝିବାକୁ ସକ୍ଷମ ହେଇ ପାରିଛି, ଶୀତାଂଶୁ ଙ୍କ ମୃତ୍ୟୁ ପରେ ହିଁ ମୋର ହୃଦ୍‌ବୋଧ ହୋଇଥିଲା ପୁରୀ ଯାଇ ବଡି ଭୋର୍‌ରୁ ଉଠି ମାର୍କଣ୍ଡ ର ଗୋଳିଆ ପାଣିରେ ମୁଣ୍ଡ ଧୋଇ ବୈଧବ୍ୟ ର ଯନ୍ତ୍ରଣା କୁ ପ୍ରତ୍ୟକ୍ଷ ଅନୁଭବ କରିବାର ଟିକେ ବି ମୋର ଇଛା ନ ଥିଲା ମନା କରିଦେଲି, ‘ମୋର ପୁରୀ ଯାଇ କାର୍ତ୍ତିକ ହବିଷ କରିବାରେ ଆଗ୍ରହ ନାହିଁସେଥିପାଇଁ ରୁମ୍‌ କିଛି ରଖିବା ଦରକାର ନାହିଁ ତମେମାନେ କେବଳ ତାଙ୍କ ଶ୍ରାଦ୍ଧ କୁ ଆସ

ଠିକ୍‌ ସମୟରେ ଶ୍ରାଦ୍ଧ ସରି ଯାଇଥିଲା। ଶ୍ରାଦ୍ଧ ରେ ପ୍ରଦୀପ, ତା ସ୍ତ୍ରୀ’ର ଭୂମିକା ଅଧିକ ଥିଲା ମୁଁ କେବଳ ମୁକ ଦର୍ଶକ ଥିଲି ପ୍ରଫୁଲ୍ଲ ଙ୍କ ସ୍ତ୍ରୀ’ଙ୍କ ଭୂମିକା ତା ପରେ ଥିଲା ପୁରୋହିତଙ୍କ ପାଟିରୁ କଥା ଛଡେଇ ସେ ପ୍ରଦୀପର ସ୍ତ୍ରୀକୁ ପରାମର୍ଶ ଦେଇଥିଲେ ମୋ ଶାଶୁ ଶ୍ୱଶୁରଙ୍କ ଶ୍ରାଦ୍ଧ ଆମେ ଏଇଠି ବିନ୍ଦୁ ସାଗରରେ କରୁଥିଲୁ ଏବଂ ଅନନ୍ତ ବାସୁଦେବ ଙ୍କ ଅଭଡା ନେଇ ବ୍ରାହ୍ମଣ ଭୋଜନ କରା ଯାଉଥିଲା। ଆଜି ଲିଙ୍ଗରାଜ ମନ୍ଦିରରୁ ଭୋଗ ଅଣାଯାଇ ପରଶା ଯାଇଥିଲା ଭାଇ-ଭାଉଜ, ମାନି-ତା ବର, ସେମାନଙ୍କ ପିଲାମାନେ, ସମୁଦି ସମୁଦୁଣୀ ମାନେ, ସାହି ପଡିଶା ସମସ୍ତେ ଖାଇ ଚାଲି ଯାଇଥିଲେ

ଗଲାବେଳେ ଭାଉଜ ବାରମ୍ବାର କହିଥିଲେ, ‘ଏକା ଏକା ଏଇଠି କେତେ ଦିନ ରହି ପାରିବ ଅପା, ଦିନା କେତେ ଆମ ଘରେ ବି ରହିବ, ଆସ

ମନା କରିପାରି ନ ଥିଲି ମୁଁ କେବଳ ଦର ହସିଲା ଆଖିରେ ତାଙ୍କ କଥାକୁ ସମର୍ଥନ କରିଥିଲି

ବାହା ହେଲା ପରେ ମୋର ବାପା ଘର ସହ ସମ୍ପର୍କ ଅଧିକ ନ ଥିଲା, ଖୁବ୍‌ ସୀମିତ ଥିଲା ଭୋଜିଭାତ, ନିମନ୍ତ୍ରଣ ଛଡା ଆମକୁ ଆଉ କୁଆଡେ ଆଖି ପକେଇବା ପାଇଁ ସମୟ ମିଳି ପାରୁ ନ ଥିଲା। କିମ୍ବା ବାପା-ମାଆ ମଧ୍ୟ କେବେ, ଝିଅ ଭୁବନେଶ୍ଵରରେ ରହିଲାଣି, ଦିନେ ଓଳିଏ ଆସି ରହିବେ, ଏହି ବିଚାର ବି ସେମାନଙ୍କ ମନକୁ କେବେ ଆସି ନ ଥିଲା ବାପା-ମାଆ ଙ୍କ ମୃତ୍ୟୁ ବେଳେ ଯାହା ଆମେ ଯାଇଥିଲୁ ମୋର ଦି’ ଭାଇ ଭାଉଜ ଙ୍କ ଗାଣ୍ଠେ ହେବ ପରିବାର ସହ ବି ମୋର ସମ୍ପର୍କ ଖୁବ୍‌ କମ ଥିଲା ମୋଟ ଉପରେ ମୋ ପରିବାର, ଶାଶୁଘର, ଶୀତାଂଶୁଙ୍କ ଗାଁ ଲୋକ, ଏଇମାନଙ୍କ ବଳୟ ଭିତରେ ହିଁ ଆମର ଦୈନନ୍ଦିନ ସଂସାର ଥିଲା ଆଜି, ସମସ୍ତଙ୍କୁ ଏକାଠି ଦେଖି ବର୍ଷରୁ ଜମାଟ ବାନ୍ଧି କଠିନ ହୋଇ ସାରିଥିବା କୋହ ତରଳିବାରେ ଲାଗିଥିଲା କବାଟ ବନ୍ଦ କରି ଏକୁଟିଆ ପାଟି କରି କାନ୍ଦିବାକୁ ମୋତେ ଇଛା ହେଉଥିଲା

ଚାରି

ଡ୍ରଇଂ ରୁମରେ ପ୍ରଦୀପ, ପ୍ରୀତମ ସହ ତିନି ଜ୍ଵାଇଁ ବସି ଗପ-ସପ ହେଉଥିଲେ। ପ୍ରଦୀପର ସପ୍ତମ ପଢୁଥିବା ପୁଅ ଏବଂ ଅନୀତା ର ଅଷ୍ଟମ ପଢୁଥିବା ଝିଅ ନିଜ ନିଜ ବାପା ମାନଙ୍କ ପାଖରେ ବସିଥିଲେ। ମୋତେ ଦେଖୁ ଦେଖୁ ପ୍ରୀତମ ଡାକିଲା, ‘ମାମା, ଆସ। ଶୁଣ, ଭାଇ କ’ଣ କହୁଛନ୍ତି

ମୁଁ ପ୍ରଶ୍ନବାଚୀ ଆଖିରେ ପ୍ରଦୀପକୁ ଚାହିଁଲି ପିଲା ଦିନୁ ଖୁବ୍‌ କମ୍‌ କଥାବାର୍ତ୍ତା କରେ ସେ ବଡ ପରିବାର ଭିତରେ ବଡପୁଅର ଗୁରୁ-ଦାୟିତ୍ୱକୁ ସେ ସବୁବେଳେ ସୁଚାରୁ ରୂପେ ତୁଲେଇ ଆସିଛି ମା’ର ମନର କଥା ବାହାରକୁ ଆସିଲା ଆଗରୁ ଅତି ସହଜରେ ତାକୁ ରୂପାନ୍ୱିତ କରିଦିଏ ପ୍ରୀତମ ହିଁ କହିଲା, ‘ମାମା, ଭାଇ କହୁଛନ୍ତି, ତମେ ତାଙ୍କ ସହ ଯିବ

‘ହଁ ମାମା, ତମେ ଆମ ସହ ଚାଲ। ବାବାଙ୍କ ଶ୍ରାଦ୍ଧ ଯାଏଁ କହିଥିଲ, ଠିକ ଥିଲା ଆଉ ୟା ପରେ ଏତେ ବଡ ତଳ ଉପର ଘରେ ଏକୁଟିଆ ରହିବାଟା ଅନ୍ତତଃ ତମ ପକ୍ଷେ ଠିକ୍‌ ହେବନି

ମୋ ମନରେ ଉଠୁଥିବା ଝଡକୁ ପ୍ରଦୀପ ତା ହେଲେ ଉଣ୍ଡି ଦେଇଛି ! ତଥାପି ମୁଁ କହିଲି, ‘ଶୁଣେ ବାପା, ତଳଟା ଆମେ ଭଡାରେ ଦେଇଦେବା ଉପରେ ମୁଁ ରହିବି। ଆଉ ଅସୁବିଧା ହେବନି ତା ଛଡା ମୀନୁ ତ’ ପାଖରେ ଅଛି

ମୀନୁର ସ୍ୱାମୀ କହିଲେ, ‘ହଁ ଭାଇ, କିଛି ଅସୁବିଧା ହେବନି ଆମେ ଅଛୁ ।

ପ୍ରଦୀପ କହିଲା, ‘ଯାହା ହେଲେ ବି ତମେ ଏଇଠି ଏକୁଟିଆ ରହିବ ନାହିଁ ମାମା ମୁଁ ଜାଣିଛି, ବାବାଙ୍କୁ ଝୁରି ଝୁରି ତମେ ରୋଗିଣା ହୋଇଯିବ ଦେଖୁନ, ତମର ବର୍ଷକ ତଳର ଚେହେରା ଆଜି ଅଛି? ମୁଁ କିଛି ଶୁଣିବିନି ତମେ ତଳଟା ଭଡା ଲଗେଇ ଦିଅ ଆର ଥରକୁ ମୁଁ ଆସିଲା ବେଳକୁ ତମକୁ ମୋ ସହ ଯିବାକୁ ହେବ

ମୁଁ ଆଉ ପ୍ରତିବାଦ କରିପାରିଲି ନାହିଁ ଚୁପ୍‌ ରହିଗଲି ସମୟର ବାଲିରେ ଚାଲି ଚାଲି ମୋ ଶରୀର, ମନ ଥକି ଯାଇଥିଲା ମୁଁ କ’ଣ ଶୀତାଂଶୁ ଙ୍କ ଭଳି ହୋଇ ପାରିବି? ବୀର ଦର୍ପରେ ଅଜଣା ଅପେକ୍ଷିତ ଆଗନ୍ତୁକ ପାଇଁ ଅପେକ୍ଷାରତ ଜଣେ ଶସ୍ତ୍ର ବିହୀନ ସୈନିକ ଭଳି ଏକୁଟିଆ ରହି ପାରିବି ମୁଁ? ଏତେ ବଡ ସଂସାର କଲା ପରେ ଏକୁଟିଆ-ଜୀବନ-ଯାତ୍ରାର ସ୍ଵାଦ ଚାଖିବାର ସାହାସ ମୁଁ କରି ପାରିବି? ଏମାନଙ୍କ ଭିତରେ ମୋ ଜୀବନ, ଏମାନଙ୍କ ଭିତରେ ହିଁ ମୃତ୍ୟୁ, ଏହି ସତ୍ୟଠୁଁ ଦୂରେଇ ହେବନି ଫୁଲରୁ ମହୁ ସଂଗ୍ରହ କରିବାକୁ ଯାଇ ଶେଷରେ ତା’ର ବନ୍ଦ ପାଖୁଡା ଭିତରେ ଯେ ତାକୁ ରହି ଯିବାକୁ ହେବ, ସେୟା କ’ଣ ଭ୍ରମର ଫୁଲ ଭିତରେ ପଶିଲା ଆଗରୁ ଭାବିଥାଏ?

ଶୀତାଂଶୁ କହୁଥିଲେ, ‘ଅନ୍ୟମାନଙ୍କ ଆଶ୍ରିତ ରେ ରହି ପ୍ରତ୍ୟେକ ମୁହୁର୍ତ୍ତରେ ମୃତ୍ୟୁକୁ ବରଣ କରିବା ଅପେକ୍ଷା ଆତ୍ମ ନିର୍ଭରଶୀଳ ହୋଇ ଗୋଟିଏ ଥରର ମୃତ୍ୟୁକୁ ଅପେକ୍ଷା କରି ରହିବା ବହୁତ ଭଲ ଯଦି ତମେ ଏକୁଟିଆ ହୋଇଯାଅ, ଘର ଭଡା ଦେବ, ପେନସନ ଟଙ୍କା ଅଛି ହାତ ଗୋଡ ଚାଲିଥିଲା ଯାଏଁ କାହାରି ଆଶ୍ରିତ ହେବା ଠିକ୍‌ ନୁହେଁ

ମୋ ପିଲାମାନେ ଅନ୍ୟମାନେ ନୁହଁନ୍ତି, ହୋଇ ପାରିବେନି ମଧ୍ୟ ସେବେ ଶୀତାଂଶୁ ଙ୍କୁ ଗୁଡେଇ ଠିଆ ହୋଇଥିଲି। ଆଜି ବି ପିଲା ମାନେ ମୋ ସାହାରା ହେବେ।

ଶୀତାଂଶୁଙ୍କ ଭଳି ମୁଁ ଦୃଢ ମନା ନୁହେଁ ପରିବାର ଚଳେଇବା ପାଇଁ କେବେ କେଉଁଠୁ କିମିତି ଯୋଗାଡ-ଯତ୍ନ କରୁଥିଲେ, ମୁଁ ଜାଣିବାକୁ ଚେଷ୍ଟା କରି ନ ଥିଲି ତାଙ୍କ ବିନା କେବଳ ତାଙ୍କ ପେନସନ, ଏହି ଘର ଭଡା ମୋତେ ଜୀବନ ଶକ୍ତି ଦେଇ ପାରିବନି କେବେ ହେଁ ନୁହେଁ

ଏହା ଭିତରେ କେତେବେଳେ ଯେ ମୋ ପଛରେ ସବୁ ପିଲାଏ ଆସି ଠିଆ ହୋଇ ସାରିଲେଣି, ସେ ଦିଗରେ ମୋର ଲକ୍ଷ୍ୟ ନାହିଁ ପଛରୁ ଅନୀତା କହି ଉଠିଲା, ‘ଭାଇ, ତା ପରେ ମୋ ପାଖରେ ଯାଇ ରହିବେ। ବହୁତ ଦିନ ତଳେ ବାବାଙ୍କ ସହ ମୋ ପାଖକୁ ଯାଇଥିଲେ ସେଇଟା ପୁଣି ଏଲ ଟି ସି ରେ

ମୁଁ ପଛକୁ ଝଟ୍‌ କିନା ଚାହିଁଲି, ‘ହଁ, ମୋତେ ଭାଗ କରିଦିଅ

ତା ବସିବା ସ୍ଥାନରୁ ପ୍ରୀତମ ଉଠି ଆସି ମୋ ପିଠିରେ ଓହଳି ଗଲା, ‘ନିଜ ପିଲାଙ୍କ ଘରକୁ ଯାଇ ରହିବା କ’ଣ ଭାଗ ମାମା? ଭାବିନିଅ, ତମର ପାଞ୍ଚଟା ଜାଗା ଅଛି ରହିବା ପାଇଁ

ଗୀତୁ ମୋ ହାତକୁ ଲାଗି ଆସିଲା, ‘ତା ପରେ ଆମ ପାଖକୁ ନୁହଁ ?’

ସେ ତା ସ୍ୱାମୀଙ୍କୁ ହସି ହସି ଚାହିଁଥିଲା ତା’ ସ୍ୱାମୀ ବି ହସି ହସି ମୁଣ୍ଡ ହଲାଇଥିଲେ କିନ୍ତୁ ମୁଁ ଜାଣେ, ଶାଶୁ-ଶ୍ୱଶୁର, ଜା-ଜଉଳିଙ୍କୁ ଧରି ସେ ଘର କରିଛି ବିଧବା ମାଆ ଆସି ସେମାନଙ୍କର ସେଇଠି ରହିବ, ସେତେ ବଡ ଖୋଲା ହୃଦୟରେ ସେ କଥା କୁ ଗ୍ରହଣ କରିବା ଶକ୍ତି କାହାର ଅଛି? ତଥାପି ସେ ଦୁହେଁ ତା’ଙ୍କ ମର୍ଯ୍ୟାଦା ରଖିଥିଲେଗୀତୁର ଦଶ ବର୍ଷର ଝିଅ ମୋ ପେଟକୁ ଧରି ଠିଆ ହୋଇଗଲା, ‘ହଁ, ହଁ, ଆଈ, ଆମ ସହ ତମେ ରହିବ

ଅତିଶୟ ଆବେଗରେ ତାକୁ ଭିଡି ଧରିଲି ସମ୍ପର୍କ ଓ ସମ୍ବନ୍ଧ ର ଅଦ୍ଭୁତ ଆକର୍ଷଣ କ’ଣ ଏତେ ସହଜରେ ଛାଡି ହୁଏ? ଅନୀତା ବାହାଘରରେ ଅଧିକ ଖର୍ଚ୍ଚ କରିଦେଇ ଗୀତୁ ପାଇଁ ବଡ ଚାକିରିଆ ଖୋଜିବା ପାଇଁ ଶୀତାଂଶୁ ସାହାସ କରି ପାରି ନଥିଲେ। ତାଙ୍କ ଅଫିସର ଜଣେ ସହକର୍ମୀଙ୍କ ଦୂର ସମ୍ପର୍କୀୟ ଶାଳୀ ଥିଲେ, ଗୀତୁର ଶାଶୁ। ଭୋଟ ବେଳେ ଥରେ ତାଙ୍କ ଗାଁ ରେ ଶୀତାଂଶୁଙ୍କ ଡ୍ୟୁଟି ପଡିଥିଲା ସେଇଠି ଗୀତୁର ସ୍ଵାମୀକୁ ଦେଖିଥିଲେ। ତାଙ୍କ ବ୍ୟବହାରରେ ତୁଷ୍ଟ ହୋଇଯାଇ ଆସୁ ଆସୁ ସମ୍ବନ୍ଧକୁ ଆଗକୁ ବଢେଇ ଦେଇଥିଲେ। ସେ ସମୟ – ଆଉ ଆଜିର ଦିନ। ଆଜି ପର୍ଯ୍ୟନ୍ତ ଗୀତୁ ତା’ ଶାଶୁ ଘରର ଜଣେ କାହାରି ବିଷୟରେ ଥରେ ଦିନେ ହେଲେ ବି ମୋ ପାଖରେ ଅଭିଯୋଗ କରିନି

ମୋ ଆଗରେ ମୀନୁ ଠିଆ ହୋଇଥିଲା, ‘ଆଉ ମାମା, ଆମ ଘରକୁ?’

ମୂର୍ଖ ମୀନୁର କାନ ମୋଡିବାକୁ ମୋର ଇଛା ହେଉଥିଲା। ଅତି ଶ୍ରଦ୍ଧାରେ ତା ଚିବୁକକୁ ଧରି କହିଲି, ‘ତୋ ପାଖରେ ଅଛି ରେ ମାଆ ତମେ ଦୁହେଁ ନ ଥିଲେ ମୁଁ କ’ଣ ଏକୁଟିଆ ଏଇଠି ରହି ପାରିଥାନ୍ତି?’

ମୁଁ କ’ଣ ସତରେ ଏକୁଟିଆ ରହି ପାରିଥାନ୍ତି? ମୋ ନିଜକୁ ନିଜେ ବର୍ଷେ ହେଲା ବାରମ୍ବାର ପ୍ରଶ୍ନ କରି ଚାଲିଛି

ଗାଡକଣାରେ ଆଶ୍ଵିନର ନୁଆଁଣିଆ ସଂଧ୍ୟା ତା’ର କାୟା ବିସ୍ତାର କରି ଆସୁଥିଲା ଆଉ ଗୋଟିଏ ରାତି ପିଲାମାନେ ମୋ ସହ ରହିବେ ତା ବି ସମସ୍ତେ ନୁହେଁ। ଅନୀତା, ପ୍ରଦୀପ ନିଜ ନିଜ ପରିବାର ସହ ଏଇ ରାତିରେ ହିଁ ବାହାରିଯିବେ ଗୀତୁ, ତା ସ୍ୱାମୀ ସକାଳୁ ବସରେ ଯିବେ ପ୍ରୀତମ ସହ ସାନ ବୋହୂ ତାଙ୍କ ବାପା ଘରକୁ ଯିବେ। ତିନି ଦିନ ପରେ ସେମାନେ ବି ଆସାମ ବାହାରି ଯିବେ ପୁଣି ଆଉଥରେ ଆମେ ମୀନୁ ତା ଶାଶୁ ଘରେ, ମୋ ଘରେ ମୁଁ, ଏକୁଟିଆ ଅନ୍ତତଃ କିଛି ଦିନ ମୋତେ ଏକୁଟିଆ ରହିବାକୁ ପଡିବ ତା ପରେ ମୋ ଦିନଚର୍ଯ୍ୟା ଭିନ୍ନ ହୋଇଯିବ ମୁଁ ଏବଂ ମୋ ପିଲାମାନେ। ଶୀତାଂଶୁ ଯେ ଆଉ ନାହାନ୍ତି!

(ଫେବୃୟାରୀ ୧୯୮୨, ସୁଚରିତା, ମାସିକ ମହିଳା ପତ୍ରିକା, ଭୁବନେଶ୍ୱର ରେ ପ୍ରକାଶିତ ମୋର ଲେଖା “ମନ ଅଗଣାରୁ” ର କ୍ରମ-ପର୍ଯ୍ୟାୟ ୩୫ ବର୍ଷ ପରେ। ସେହି ଚରିତ୍ର, ସେହି ପରିବାର।)

ସମାପ୍ତ

Swami Vivekananda

swami_vivekananda_portrait

From arrival at Chicago to 1st day of  World Parliament of Religions – the Journey towards Universal Brotherhood.

(As narrated by (Late) Sri S N Dhar, the renowned professor of History in his book –  A Comprehensive Biography of Swami Vivekananda, Volume – I)

 Date 3rd Sept 1893, East Church, Salem, USA  

Tracing Swamiji’s steps, we find him, after Annisquam on Monday, 28th August 1893, arriving on the same day at Salem at the house of one Mrs, Tannatt Woods who, probably having heard about him from the Sanborns, had invited him to come and stay with her.
  ….…. Swamiji stayed at Salem for a week, became a favourite of Mrs. Woods, aged 58, an energetic lecturer and authoress, who had founded the Thought and Work Club two years back, and a hero for her son, Prentice, at the time a young medical student. With the Woods Swamiji evidently felt happy for, when he left after a week’s stay, he promised to return to say ‘Farewell’ and left with them his staff, blankets and trunk.
He did return, a famous man, after the session of the Parliament was over and before he took his final leave of them presented his staff to Prentice and his trunk and blanket to his fiancée, who was soon to become his wife, telling them, “Only my most precious possessions I should give to my friends who made me at home in this country”. He kept up a correspondence with Mrs. Wood for some time.
Swamiji delivered at least two lectures at Salem, both before the Thought and Work Club – the first at the Wesley Church on 28th August and the other at the East Church on 3rd September and both the occasions on the same subject – India, her religion and the living conditions of her people.
……… It is difficult to make out what Swamiji actually said but the reference to monks imparting industrial education to the people may perhaps indicate that Swamiji was speaking here of some such thing as the plan he had hit out at Kanyakumari and about which he wrote to Swami Ramakrinananda, to which we have referred in the previous chapter.
……….. He gave a graphic account of the appalling poverty in India, where “half of the people live upon one meal a day and the other half know not where from the next mill will come”. He emphatically said – what he said from many a platform in America – that what the Indian people needed was not “more religion, or better religion” but, as he expressed it, ‘practically’, “and it was with the hope of interesting the American people in this great need of the suffering, starving millions that, he said, he had come to this country.”
He said that the Christian missionaries working in India did nothing for the industrial condition of the people, and that Americans, instead of sending out missionaries to train them in religion, would better send someone out to give them industrial education.
To be continued …….